କୋକସରା,୧୩/୧୨- କୋକସରା ବ୍ଲକ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ସୋମବାର ସଙ୍କୁଳ ସ୍ତରୀୟ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ସରପଞ୍ଚ ନକୁଳ ନାଏକ, ସମ୍ମାନିତ ଅତିଥି ଭାବେ ସଂକୁଳ ସଂଯୋଜକ ବିଶ୍ଵ ଜୀବନ ପାଢ଼ୀ, ପରିଚାଳନା ସମିତିର ସମ୍ପାଦକ ରାଜେନ୍ଦ୍ର ନାରାୟଣ ଦାସ, କୋଷାଧ୍ୟକ୍ଷ ସୁରେଶ ଶର୍ମା, ସଭାପତି ଗରୁଡ଼ ବାଗ, ପୂର୍ବତନ ଯୁଗ୍ମ ସମ୍ପାଦକ ରବି ଦାସ, ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ଉପସ୍ଥିତ ରହି କ୍ରୀଡା ଉତ୍ସଵର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଜିତେନ୍ଦ୍ର ନାଏକ କରିଥିବା ବେଳେ ଖେଳ ପରିଚାଳନା ରେ ସଙ୍କୁଳ ସ୍ତରୀୟ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗୁରୁଜୀ ଗୁରୂମା ମାନେ ପରିଚାଳନା କରିଥିଲେ। ସେହିପରି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଆରସିସି ତୋଫାନ ମାଝୀ, ମୁଖ୍ୟ ବକ୍ତା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସଙ୍କୁଳ ପ୍ରମୁଖ ଶ୍ରୀ ବଲ୍ଲଭ ନାଏକ ଉପସ୍ଥିତ ରହିଥିଲେ । ମଞ୍ଚ ପରିଚଳନା ଜିତେନ୍ଦ୍ର ନାଏକ କରିଥିବା ବେଳେ ଉପ ସଭାପତି ଶ୍ରୀମନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
previous post