ନୂଆପଡା,/ ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚିକିତ୍ସାଲୟର କର୍ମଚାରୀ ରହିବା ପାଇଁ ଘର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ହେଲେ ଶ୍ରମିକ ଚାରି ମହଲାରୁ ବିଲ୍ଡିଂଗ ଉପରେ ବିନା ସିକ୍ୟୁରୀଟି ବେଲ୍ଟରେ ବିପଦ କୁ ନିମନ୍ତ୍ରଣ କରି କାର୍ଯ୍ୟ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ ଅଧିକାରୀ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ