ମୟୂରଭଞ୍ଜ;୧୪/୧୨/୨୦୨୨(ମସିହା) ଜାମଦା ସରସ୍ୱତୀ ଶିଶୁ ମନ୍ଦିରରେ ଜେଜେମା ଓ ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ତାଳଗାଁ ଧବଳେଶ୍ବର ପୀଠର ପୂଜକ ପଣ୍ଡିତ ନବ କିଶୋର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ସମାବେଶରେ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଜେଜେମା ଏବଂ ଜେଜେବାପାଙ୍କ ଭଳି ଦେଶପ୍ରେମୀ, ଆଧ୍ୟାତ୍ମିକବାଦୀ ଏବଂ ମୋଦିଜୀଙ୍କ ଭଳି ଆଦର୍ଶ ବ୍ୟକ୍ତିତ୍ୱ ହେବା ଜରୁରୀ ବୋଲି କହିଥିଲେ । ଗୁରୁଜୀ ଯଶୋବନ୍ତ ଉତ୍ତମ ଚରିତ୍ର ଗଠନ ଉପରେ ମତବ୍ୟକ୍ତ କରିଥିଲେ ।ଗୁରୁଜୀ ଦୀପକ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ |ଏହି ସମ୍ମିଳନୀକୁ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ପରିଚାଳନା କରିଥିଲେ |