ରାଉରକେଲା/ ଝାରସୁଗୁଡା ଠାରେ ଆୟୋଜିତ ସର୍ବ ଭାରତୀୟ ପିଡିଏସ୍ ନୃତ୍ୟ ପ୍ରତିଯୋଗିତା ୨୦୨୨ର କନିଷ୍ଠ ବିଭାଗରେ ରାଉରକେଲା ର କ୍ୟୁଟ୍ ଡେଭିଲ୍ସ ଗୃପ ବିଜେତା ହୋଇ ରାଉରକେଲା ପ୍ରତି ଗର୍ବ ଆଣିଛନ୍ତି। ସୂଚନା ଯୋଗ୍ୟ ଯେ ସମୀର ଅଲ୍ଲୀ ଙ୍କ ଦ୍ବାରା ଆୟୋଜିତ ଏହି ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ରାଉରକେଲାର ବିକ୍ରମ ଡ୍ୟାନ୍ସ ସ୍କୁଲର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିକ୍ରମ ସାରଙ୍କ ନିର୍ଦ୍ଦେଶନାରେ କନିଷ୍ଠ ଗୃପର ଛାତ୍ରୀମାନେ ପ୍ରଥମ ବିଜେତା ହୋଇଥିଲେ । ବିଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ଧର୍ମେଶ ଏଥିରେ ବିଚାରପତି ଭାବେ ଯୋଗଦେଇଥିଲେ। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ କ୍ୟୁଟ୍ ଡେଭିଲ୍ସ ବିଜେତା ହେବାସହ ଟ୍ରଫି ସହ ଦଶ ହଜାର ଟଙ୍କା ପୁରସ୍କାର ବାବଦରେ ଲାଭ କରିଥିଲେ । ଏଥିରେ ସାନା ପରୱିନ,ତନୁଶ୍ରୀ ସ୍ବାଇଁ, ପୂଜା ସୁନା,ଆକାଂକ୍ଷା ପ୍ରଧାନ,ଅନୁଷ୍କା ଓରାମ, ପ୍ରିୟାନୀ ଛାଟୋଇ ଓ ଖୁସି ରାୟ ପ୍ରମୁଖ ନୃତ୍ୟ ପରିବେଷଣ କରି ବିଜେତା ହେବାସହ ରାଉରକେଲା ପାଇଁ ଗର୍ବ ଆଣିଥିଲେ ।
next post