ଢେଙ୍କାନାଳ (ମ ନି ସ)୧୫/୧୨/ ଭାରତୀୟ ସୈନିକଙ୍କୁ ସମ୍ମାନ ଦେବା ଉଦେଶ୍ୟରେ ଯୁବକଙ୍କ ସାଇକେଲ ଯୋଗେ ଭାରତ ଭ୍ରମଣ ଯାତ୍ରା। ଆସାମ ରାଜ୍ୟ ଧେମାଜି ଜିଲ୍ଲାର ଜଙ୍ଗା ବାହାଦୁର ଛେତ୍ରି ଗତ ନଭେମ୍ବର ମାସ ୨୧ ତାରିଖରୁ ଅରୁଣାଚଳପ୍ରଦେଶ ର ସୀମାରୁ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା ର ୨୪ ଦିନ ବିତି ଯାଇଥିଲେ ମଧ୍ୟ ସେ ୭ ଟି ରାଜ୍ୟ ପାରିକରି ଓଡିଶାର ଢେଙ୍କାନାଳ ଜିଲ୍ଲାରେ ପହଞ୍ଚିଛନ୍ତି। ପ୍ରତ୍ୟେକ ଦିନ ୧୫୦ ରୁ ୧୭୦ କିମି ଅତିକ୍ରମ କରୁଛନ୍ତି। ତାଙ୍କର ମୁଖ୍ୟ ଉଦେଶ୍ୟ ହେଲା ଭାରତୀୟ ସେନା ଯେଉଭଳି ଦେଶକୁ ସୁରକ୍ଷା ଦେଉଛନ୍ତି। ଏବଂ ତାଙ୍କ ଯୋଗୁ ଆମେ ଘରେ ଶାନ୍ତିର ଶୋଇପାରୁଛେ। ସୈନ୍ୟମାନେ ନିଜ ପରିବାରକୁ ଛାଡି ସୀମାରେ ଆମ ସୁରକ୍ଷା ଦେଇ ଜଗି ରହୁଛନ୍ତି । ସୈନ୍ୟମାନଙ୍କୁ ଉତ୍ସାହ ବଢାଇବା ଓ ଯେଉଁମାନେ ଦେଶପାଇଁ ସହିଦ ହିହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ବାର୍ତା ନେଇ ସାରା ଭାରତ ସଇକେଲ ଭ୍ରମଣକରି ବାର୍ତା ବାଣ୍ଟୁଛନ୍ତି। ଏହି ଯାତ୍ରା କୁ ସାଢେ ୪ ମାସ ରେ ପୂଣ୍ଣ କରିବେ ବୋଲି ଆଶା ରଖିଛନ୍ତି।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ