ତେନ୍ତୁଳିଖୁଣ୍ଟି ୧୫/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ମନମୋହନ ଦଳପତି ଉଦଘାଟନ କରିଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ। ବରିଷ୍ଠ ବର୍ଗ(ବାଳକ) ୧୦୦ମିଟର ଦୌଡରେ ଥବିର ପୂଜାରୀ ପ୍ରଥମ ,୨୦୦ ମିଟର ଦୌଡରେ ଦିପକ ହରିଜନ ବାଳିକା ବିଭାଗରେ କ୍ଷମାମଣି ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହି ଭଳି କନିଷ୍ଠ ବର୍ଗରେ ବାଳିକା ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ଲିପି ହରିଜନ ୨୦୦ ମିଟର ଦୌଡରେ ମିନୁ ହରିଜନ ସେହି ଭଳି ବାଳକ ବିଭାଗରେ ଉମେଶ ହରିଜନ ୧୦୦ ମିଟର ଦୌଡରେ ମୁରଲୀ ହରିଜନ ୨୦୦ ମିଟର ଓ ଅନ୍ୟାନ୍ୟ ବିଭାଗ ସଟ୍ ପୁଟ୍ ମିନୁ ହରିଜନ ଡିସ କସ ରେ ହର ପ୍ରିୟା ମାଝୀ ଖୋ ଖୋରେ ଅଂଶ ଗ୍ରହଣ କରି ଥିବା ବାଳକ ଓ ବାଳିକା ମାନେ ବ୍ଲକ ସ୍ତର କୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ପଦ ମଣ୍ଡଳ ସଭାପତିତ୍ବ କରିଥିଲେ।ଅତିଥି ମାନଙ୍କ ପରିଚୟ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ପରିଡ଼ା ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଶୁଶାନ୍ତ କୁମାର ସାହୁ,କନକ ମଞ୍ଜରୀ ନାୟକ, ସନ୍ତୋସୀନୀ ନାୟକ ,ଅରୁଣ କୁମାର ରାଉତ, ଜିତେସ ଭୋଇ , ସୁନିଲ୍ ବାରିକ ,ପ୍ରହଲ୍ଲାଦ ସାହୁ ,ଲିଜା ରାଣୀ ବଳ ,ନିଶା ରାଣୀ ମଣ୍ଡଳ , ଗଣେଷ ମଲ୍ଲିକ ,ଗୌରାଙ୍ଗ ସାହୁ, ଇତ୍ୟାଦି ପରିଚାଳନା କରିଥିଲେ । ପରିଶେଷରେ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପତାକା ଅବତୋଳ ଓ ମଶାଲ ଉଦଯାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବରେ ଯଥାକ୍ରମେ ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ,ଭବାନୀ ଶଙ୍କର ମହାପାତ୍ର ,ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି ,ଉମା ହରିଜନ ଯୋଗ ଦେଇ ଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ପରିଡ଼ା ପରିଚାଳନା କରିଥିଲେ। ପରିଶେଷରେ ଶୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି