ନବରଙ୍ଗପୁର-(ମସିହା) ରବି ରଣା ଙ୍କ ପେସା ହେଉଛି ଘର ଘର ବୁଲି ଫିନାଇଲ ବିକିବା ଏବଂ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା | ଘର ହେଉ ବା ସ୍କୁଲ ସରକାରୀ କାର୍ଯ୍ୟାଳୟ ସବୁଠି ତାଙ୍କର ଆଦର ରହିଛି | ଅନେକ ବର୍ଷ ହେଲା ପେଟ ପାଟଣା ପାଇଁ କାମ କରିବା ସହ ଲୋକ ଙ୍କ ଘର ବାଡିରେ ଗଛ ଟିଏ ବି ଲଗାଇ, ଏହାର ଯତ୍ନ ନେବାପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି | ସେହି ବ୍ୟକ୍ତି କୋରାପୁଟ ପୂଜାରୀପୁଟ ର ରବୀନ୍ଦ୍ର କୁମାର ରଣା | ୨୦୧୦ ମସିହାରେ ଗଛ ଲଗାଇବା ଆରମ୍ଭ କରି ୧0 ହଜାର ରୁ ଉର୍ଦ୍ଧ ଗଛ ଲଗାଇ ଚର୍ଚ୍ଚାରେ ଅଛନ୍ତି ।ତାଙ୍କର ଲକ୍ଷ ରହିଛି ଏକ ଲକ୍ଷ ଗଛ ଲଗାଇଵା। ସେଥିମଧ୍ୟରେ ଅଁଳା, ଅଶୋକ, ନିମ୍ବ, ବେଲ, ମନ୍ଦାର ଏବଂ ଅନେକ ପ୍ରକାର ଫୁଲ ଗଛ ବିଭିନ୍ନ ଅଞ୍ଚଳ ରେ ଲଗାଇଛନ୍ତି | ସେ ଏକ ଘରୋଇ ସଂସ୍ଥା ପ୍ରତିଷ୍ଠା କରି ନିଜସ୍ୱ ଜ୍ଞାନ କୌଶଳ ରେ ଫିନାଇଲ, ବ୍ଲିଚିଙ୍ଗ, ସାନିଟାଇଜର, ହ୍ୟାଣ୍ଡୱାଷ ସାମଗ୍ରୀ ତିଆରି କରି ବ୍ୟବସାୟ କରୁଛନ୍ତି | ରବୀନ୍ଦ୍ର ଘର ଘର ବୁଲି ସାମଗ୍ରୀ ବିକ୍ରି କରୁଥିଲେ ପରେ ସାଇକେଲ ରେ ଓ ବାଇକ ରେ ବିକ୍ରି କଲେ |ତା ପରେ କିଛି ପୁଞ୍ଜି ଯୋଗାଡ଼ କରି ଚାରି ଚକିଆ ଗାଡ଼ିରେ ବ୍ୟବସାୟ କଲେ | ରାସ୍ତାର ଅନେକ ସ୍ଥାନରେ ଗଛ କଟା ଯାଇଥିବା ଦେଖି ତାଙ୍କ ମନ ରେ କଷ୍ଟ ହୋଇଯାଇଥିଲା। ସେହି ଦିନ ଠାରୁ ତାଙ୍କ ମନ ରେ ଗଛ ଲଗାଇବା ଚିନ୍ତାଧାରା ଆସିଥିବା କହିଛନ୍ତି | ନିଜ ଉତ୍ପାଦନ ବିକ୍ରି ସହ ଚାରା କିଣି ଲୋକଙ୍କୁ ମାଗଣା ରେ ଦେଉଛନ୍ତି | ଚାରା ବଣ୍ଟନ ସହ ଗଛର ଯତ୍ନ ନେବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି | ଗତ ଜୁନ ମାସ ୫ ତାରିଖରେ ଭୁବନେଶ୍ୱର ଜୟଦେବ ଭବନ ରେ ଗ୍ରୀନ ଇଣ୍ଡିଆ ତରଫରୁ ଜାଗା ପାଇଁ ଗଛ ଟିଏ ଲଗା ଅଭିଯାନ କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ମାନିତ କରାଯାଇଥିଲା | ତାଙ୍କର ଏଭଳି ଉଦ୍ୟମ କୁ ସମସ୍ତ ଙ୍କ ପାଇଁ ପ୍ରେରଣା ସାଜିଛି | ସେ ଡାବୁଗାଁ ର ଶିଶୁ ମନ୍ଦିର ରେ ଗଛ ଲଗାଇଥିବା ରୁ ସମ୍ମାନ ର ପାତ୍ର ହୋଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ