Uncategorizedବନଲତା ଜାଲି ଙ୍କ କବିତା l l ଚିନ୍ତା ଓ ଚେତନା l l by Sunil Chandra NayakDecember 15, 2022December 16, 2022065 Share2 l l ଚିନ୍ତା ଓ ଚେତନା l l ବନଲତା ଜାଲି ମନର ନଦୀରେ ଚିନ୍ତା ଓ ଚେତନା ଅଟଇ ଦୁଇଟି ତୀର ପ୍ରକୃତି ତରଙ୍ଗ ଧିରେ ଅବା କ୍ଷିପ୍ରେ ଛୁଏଁ ତା’କୁ ନିରନ୍ତର ।। ଚିନ୍ତାରୁ ଆରମ୍ଭ ଭାବନାର ସ୍ରୋତ ଚେତନାରେ ହୁଏ ଶେଷ ଉଦ୍ଦେଶ୍ୟ ନିହିତ ଚିନ୍ତନରେ ଦିଶେ ରମ୍ଯ ଚରିତ୍ରର ଦୃଶ୍ୟ ।। ମନ୍ଦ ଚିନ୍ତାଧାରା ବେଳା ଭୂମି ଲଙ୍ଘି ସୃଷ୍ଟି କରେ ବିଭୀଷିକା ବନ୍ଯା ହୋଇ ବହି ଭସାଏ ବିବେକ ଜାତ କରେ ଅହମିକା ।। ସ୍ବଭାବ ବୃକ୍ଷର ଚିନ୍ତା ରୂପୀ ଫଳ ପିତା କଷା ,ମିଠା, ଖଟା ବୃକ୍ଷ ଗୁଣ ନେଇ ଫଳ ସୃଜିଛନ୍ତି ଜଗତ ହିତରେ ସ୍ରଷ୍ଟା ।। ଚିନ୍ତା ମାନସର ଜ୍ଞାନାଲୋକ ତେଜ ଅଜ୍ଞାନକୁ କରେ ଦୂର ଲେଲିହାନ ଶିଖା ହୋଇ ଭସ୍ମୀଭୂତ କରେ ଦୁର୍ଗୁଣ ଅନ୍ଧାର ।। ଚିନ୍ତାଧାରା ଯେବେ ଅନୁକୂଳେ ବହେ ବ୍ଯକ୍ତିତ୍ବ ହୁଏ ପ୍ରକାଶ ପ୍ରତିକୂଳାମୁଖୀ ବହିଲେ ଉଜାଣି ମନକୁ କରେ ବିବଶ ।। ଚିନ୍ତାରୁ ଉଦ୍ରେକ ଭଲମନ୍ଦ ଗୁଣ ହିତ ଆଉ ଅହିତର ସୁସ୍ଥ ଚିନ୍ତାଧାରା ଉପାଦେୟ ସିନା ମନ୍ଦେ ଜୀବନ ଅସାର ।। ଚିନ୍ତନହୋଇଲେ ସ୍ବଚ୍ଛ ଓ ପବିତ୍ର ଜୀବନ ହୁଅଇ ଧନ୍ଯ କର୍ମ,କର୍ତ୍ତବ୍ୟରେ ପ୍ରତିଭାତ ହୁଏ ମହତ ଆକାଂକ୍ଷାମାନ ।। ଚେତନାରେ ଥାଏ ଚିନ୍ତାର ଝଲକ ଜୟ ଅବା ପରାଜୟ ଆବେଗରଶେଷେ ତର୍ଜମା ହୋଇଣ କାର୍ଯ୍ୟକ୍ଷେତ୍ରେ ଦୃଶ୍ୟମୟ ।। ଚିନ୍ତା ଅନୁଯାୟୀ କର୍ମର ଉତ୍ପତି ଚେତନାର ଫଳକରେ ଉଦ୍ଭାସିତ ହୁଏ ବାସ୍ତବତା ରୂପ ଅନୁତାପ ସମୀକ୍ଷାରେ ।। ଚେତନା ଦେଖାଏ ଚାଲିବାର ରାସ୍ତା ଚିନ୍ତାରୁ ଆଣଇ ଟାଣି ଅମାନିଆ ମନେ ଲଗାମ ଲଗାଇ ଆୟତରେ ରଖେ ପୁଣି ।। ଚେତନାରେ ହୁଏ ବ୍ଯକ୍ତିତ୍ବ ନିର୍ମଳ ସୃଷ୍ଟି ନୂଆ ଅନୁଭୂତି ମନ ମଧ୍ୟେ ବହେ ସୁଦ୍ଧତାର ଝର ସେଥିରୁ ତ୍ଯାଗ ବିସ୍ତୃତି ।। ଚେତନା ଅଟଇ ସଫଳତା ମନ୍ତ୍ର ଦେଖାଏ ନବ ଦିଗନ୍ତ ଅନ୍ଧର ଲଉଡି ପରି ସାହା ହୋଇ କରେ ନୀତି ଆମନ୍ତ୍ରିତ ।। ମାନସ ବୃକ୍ଷର ଚିନ୍ତାହେଲେ ପୁଷ୍ପ ଚେତନା ଅଟଇ ଡାଳ ଚିନ୍ତା ବିକଶିତେ ଚେତନା ଉନ୍ମେଷ ରୂପାନ୍ତର ଅବିକଳ ।। ଚିନ୍ତା ଓ ଚେତନା କ୍ଷୀର ନୀର ପରି ଅଙ୍ଗାଙ୍ଗୀ ଭାବେ ଜଡିତ ଜଣଙ୍କ ବ୍ଯତୀତ ଆନ ନିରର୍ଥକ ନଥାଏ କିଛି ଅସ୍ତିତ୍ବ ।। ଚିନ୍ତାରୁ ହୁଅଇ ଚେତନାର ସୃଷ୍ଟି ଚେତନାରୁ ଫଳାଫଳ ଚେତନା କରଇ ଚିନ୍ତାକୁ ଉଜ୍ଜ୍ଵଳ ଜୀବନ ହୁଏ ସ୍ବଚ୍ଛଳ ।। ପାଞ୍ଚ ମନ ଆଉ ପଚିଶି ପ୍ରକୃତି ମନ କଲେ କବଳିତ ଚିନ୍ତା,ଚେତନାରେ ସହଜାତ ଗୁଣ ସ୍ବଭାବେ ପ୍ରତିଫଳିତ ।। କୃଷ୍ଣ ପ୍ରସାଦ,ପୁରୀ