କୋକସରା,୧୫/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଗଙ୍ଗାଧର ଖମାରି(୭୩) ଙ୍କ ବୁଧବାର ରାତିରେ ନିଜ ବାସଭବନରେ ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣ, କର୍ମଠ, ମେଲାପି ବ୍ୟକ୍ତି ଭାବେ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ୨ ପୁଅ ଜଣେ ବିବାହିତା ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ ସମୟରେ ୨ ପୁଅ ସୁଜିତ ଓ ରଞ୍ଜିତ ବୋହୁ ନାତି, ନାତୁଣୀ ଉପସ୍ଥିତ ରହିଥିଲେ। ଗୁରୁବାର ସକାଳେ ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମ ମଶାଣିରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।
previous post