କୋକସରା,୧୫/୧୨- କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଆଶୁତୋଷ ସରାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ନାଏକ ମୂଖ୍ୟ ଅତିଥି , ସମାଜସେବୀ ନବାବ କୁମାର ଦାସ, ମୁରଲୀଧର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ । ବିଭିନ୍ନ ପ୍ରକାର ଖେଳକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାୟାଧର ସେଠୀ ପରିଚାଳନା କରିଥିଲେ । ତାଙ୍କୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ବିଶ୍ୱନାଥ ମେହେର, ଅନୀଲ କୁମାର ମେହେର, ନିଳିମା ନାଏକ, ନନ୍ଦିନୀ ସାହୁ, ସତ୍ୟନାରାୟଣ ନାଏକ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ଭଏଁସାଲ ସଭା ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ସତ୍ୟ ସୁନ୍ଦର ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ ।
previous post