ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା l l  ଧନୁ ସଂକ୍ରାନ୍ତି l l

l l  ଧନୁ ସଂକ୍ରାନ୍ତି l l

         ପ୍ରତିମା ଶତପଥି

ଏକ ବରଷ ଯେ ଅଟେ ବାରମାସ
        ବାରଟି ରାଶି ପ୍ରମାଣ
ଏକ ରାଶିରୁ ଅନ୍ୟ ଏକ ରାଶିକୁ
      ସୂର୍ଯ୍ୟଙ୍କର ସଂକ୍ରମଣ ।
ସେହି ରାଶି ନାମ ଅନୁସାରେ
    ସଙ୍କରାନ୍ତିର ନାମ ହୁଅଇ
ଧନୁ ରାଶିରେ ସୂର୍ଯ୍ୟଙ୍କ ସଂକ୍ରମଣ
     ଧନୁ ସଂକ୍ରାନ୍ତି ବୋଲାଇ ।
ଏହିଦିନ ଶ୍ରୀମନ୍ଦିରରେ ପ୍ରଭୁଙ୍କର
     ପହିଲି ଭୋଗ ଆରମ୍ଭ
ଏକ ମାସ ଯାଏଁ ଚାଲେ ଏହି ପର୍ବ
      ପ୍ରଭାତୁ ହୁଏ ନୈବେଦ୍ୟ ।
ଲକ୍ଷ୍ମୀ ନାରାୟଣ ହୁଅନ୍ତି ପୂଜନ
    ନବ ଗ୍ରହ ପୂଜା ପାନ୍ତି
ସବୁ ଦେବାଦେବୀ ମନ୍ଦିରରେଲୋକେ
        ଧନୁ ମୁଆଁ ଭୋଗ ଦ୍ୟନ୍ତି ।
ଧାନ ଚାଷ ସଂକ୍ରାନ୍ତିୟ ପର୍ବ ଯେଣୁ
       କୃଷି ଭିତ୍ତିକ ଏ ପର୍ବ 
ନୂଆ ଧାନ, ନୁଆ ଆଖୁ ଗୁଡ଼ରେ ଯେ
     ମୂଆଁ ହୁଅଇ ପ୍ରସ୍ତୁତ ।
ଖଳାରେ ଚାଷୀଟି ମେରୀ ଟିଏ ପୋତି
     ଧାନ ବିଡା ବାନ୍ଧି ଦେଇ
ବରକୋଳି ପତ୍ର, କଦଳୀ ପତ୍ରରେ
     ପତାକା ଦିଏ ଉଡ଼ାଇ ।
ମେରୀ ପୂଜାକରି , ଭୋଗ ରାଗ ଦେଇ
     ମନରେ ହୁଏ ଆନନ୍ଦ
ପୂରିବ ତାହାର ଶସ୍ୟର ଭଣ୍ଡାର
     ଲକ୍ଷ୍ମୀଙ୍କ ସୁଦୟା ହେବ
।ଦ୍ୱାପରରେ କଂସ ଧନୁ ଯାତ୍ରା କରି
    କୃଷ୍ଣଙ୍କୁ ଥିଲା ଡ଼କାଇ
ଏବେ ମଧ୍ୟ ଏହି ଦିନ ଧନୁ ଯାତ୍ରା
    ପାଳନ ହେଉ ଅଛଇ ।
ପବିତ୍ର ନଦୀରେ ଗାଧୋଇ ପାଧୋଇ
      ଦାନ,ଧର୍ମ, ଆଚରନ୍ତି
କ୍ଷୀରି, ଖେଚୁଡ଼ି କୁ ନୈବେଦ୍ୟ କରିଣ
     ମନେ ହରଷ ଲଭନ୍ତି ।
ଲୋକ କଥା ଅଛି ଏହି ଦିନ ଲକ୍ଷ୍ମୀ
     ବାପଘରୁ ଫେରିଥିଲେ
ଧନୁ ମୁଁଆ ଭାର ନେଇ ସେ ସାଙ୍ଗରେ
      ଦେଉଳ କୁ ଆସିଥିଲେ ।
କୁଆଖିଆ, ଜାରକାରେ, ଏକ ମାସ 
      ଲକ୍ଷ୍ମୀ ନାରାୟଣ ପୂଜା
ପାଳନ କରନ୍ତି ଆନନ୍ଦରେ ଲୋକେ
      କରି କେତେ ସାଜସଜ୍ଜା ।
ନିଷ୍ଠାର ସହିତ ଲକ୍ଷ୍ମୀ ନାରାୟଣ
     ଏକାଦଶୀ ପାଳିଥାନ୍ତି
ଆତ୍ମୀୟ, ସ୍ୱଜନ, ବନ୍ଧୁ ପରିଜନ
     ସମସ୍ତେ ଖୁସି ରହନ୍ତି ।
ଧନୁ ସଂକ୍ରାନ୍ତି ରୁ ଦିନ ଧାନେ ବଢି 
          ବଢି ବଡ ହୋଇଯାଏ
ଅଧିକାଂଶ ଲୋକ ପାଳନ୍ତି ଏ ପର୍ବ
      ପବିତ୍ର ଦିବସ ଟିଏ ।
ଯା ଅଛି ଉତ୍କଳେ, ତା ନାହିଁ ଭୂତଳେ
    ଧନ୍ୟତୁ ଓଡିଶା ଭୂଇଁ
ବାର ମାସେ ତେର ପର୍ବ ପାଳିଥାନ୍ତି
     ଜଗନ୍ନାଥ ଦେଶ ଏହି.।

       ଜିଲ୍ଲା,, ଯାଜପୁର 

Related posts

ଦଳିତ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର

masiha

ଲିଟିଲ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort