Uncategorizedବିଳାସିନୀ ପୃଷ୍ଟି ଙ୍କ କବିତା ଧନୁ ସଂକ୍ରାନ୍ତି ବା ପହିଲି ଭୋଗ by Sunil Chandra NayakDecember 16, 2022065 Share1 ଧନୁ ସଂକ୍ରାନ୍ତି ବା ପହିଲି ଭୋଗ ଖାଇବା ଠାକୁର କାଳିଆ ମୋହର ଖାଇ, ଖୁଆଏ ସଭିଙ୍କୁ ନିଜେ ଖାଉଥାଏ ସାଠିଏ ପଉଟି ଖୋଇ ଜଗତ ଜନଙ୍କୁ ମାର୍ଗଶୀର ଅନ୍ତ ପୌଷ ଉପଗତ ଧନୁ ସଂକ୍ରାନ୍ତି ଦିନରୁ ମକର ସଂକ୍ରାନ୍ତି ଦିନ ଶେଷ ହୁଏ ପହିଲି ଭୋଗ ଖିଆରୁ ଧନୁ ସଂକ୍ରାନ୍ତିରେ ମୁଆଁ ଲାଗି ହୁଏ ଲିଆ, ଗୁଡ଼ରେ ସଂଯୋଗ ଅଦା, ମରିଚ ଓ ଖଣ୍ଡ ନଡ଼ିଆକୁ ଗୁଆ ଘିଅ ମିଶା ପାଗ ଆରିସା କାକରା ପିଠା ଖାଉଥାଏ ମିଠା ଖେଚୁଡ଼ି ସାଥିରେ ଯଶୋଦା ଜାଣନ୍ତି କୃଷ୍ଣ ମନକଥା ରଖିଥାନ୍ତି ପ୍ରଭାତରେ ଗୋପ ବୃନ୍ଦାବନ ଶ୍ରୀକ୍ଷେତ୍ର ହୁଅଇ ଲକ୍ଷ୍ମୀଯାନ୍ତି ବାପଘର ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଯଶୋଦା ରୁହନ୍ତି ଜଗା ସାଥିର କୋଟି ବ୍ରହ୍ମାଣ୍ଡର କାଳିଆଠାକୁର ସକାଳ ପହିଲି ଭୋଗ ପଣ୍ଡା ପଢ଼ିଆରୀ ସହିତ ଯଶୋଦା ମାତା କରନ୍ତି ନିଯୋଗ ପହିଲି ଭୋଗରୁ ମିଳୁ କାଣିଚାଏ ହେ ପ୍ରଭୂ ଜଗତ ସାଇଁ ବୈକୁଣ୍ଠ ଗମନ୍ତି ଆନନ୍ଦ ଚିତ୍ତରେ ତୁଣ୍ଡେ ତୁମ ନାମ ଗାଇ ତୁଣ୍ଡେ ତୁମ ନାମ ଗାଇ ବିଳାସିନୀ ପୃଷ୍ଟି ଭୁବନ ଢେଙ୍କାନାଳ