ନୂଆପଡା/ , ନୂଆପଡ଼ା ଜିଲ୍ଳା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୂଳିଆସିକୁଆଁ ଗ୍ରାମର ଗରିବ ଅସହାୟ ହିରାଧର ମେହେରଙ୍କ ସ୍ତ୍ରୀ ମାନସିକ ରୋଗୀ ଯୌତି ମେହେରଙ୍କୁ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ ଆସ୍ଥା ଗୃହ ସ୍ଥାନାନ୍ତର । ତିନି ପୁଅଙ୍କୁ ନେଇ ତାଙ୍କର ପରିବାର ଠିକ ଚାଲିଥିବା ହେଲେ ସ୍ତ୍ରୀ ଜଣେ ମାନସିକ ରୋଗୀ ଅର୍ଥ ଅଭାବରୁ ହୀରାଧର ସ୍ତ୍ରୀଙ୍କ ଚିକିତ୍ସା କରିପାରି ନଥିଲେ । ଏଥି ସହ ତିନି ପୁଅଙ୍କ ଲାଳନ ପାଳନ ଠିକ୍ ଭାବରେ କରିପାରୁ ନଥିଲେ ପ୍ରଥମେ ହିରାଧରଙ୍କ ତିନି ପୁଅଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ଥିତ କାରୁଣ୍ୟ ବାଲ ନିକେତନ ଆଶ୍ରମରେ ପାଠ ପଢିବାକୁ ପ୍ରଶାସନ ନିଷ୍ପତ୍ତି ନେଲା । ପରେ ଖଡ଼ିଆଳ ସ୍ୱାସ୍ଥ୍ୟ ବିଭାଗର ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ଡ଼ ରଞ୍ଜିତ ରାଉତଙ୍କ ତତ୍ୱାବଧାନରେ ଡ଼ ଅର୍ଣ୍ଣଦା ଶଙ୍କର ଦାଶ । ଅସହାୟ ଅବସ୍ଥାରେ ପଡ଼ି ରହିଥିବା ମାନସିକ ରୋଗୀ ଯୌତିଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପ ଖଣ୍ଡ ଚିକିତ୍ସାଲୟରେ ଚିକତ୍ସା କରୁଥିଲେ । ହେଲେ ଜ୍ୟୋତି ମେହେରଙ୍କ ମାନସିକ ରୋଗ ଠିକ ନହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ ଠାରେ ଥିବା ଆସ୍ଥା ଗୃହକୁ ଶୁକ୍ରବାର ସ୍ଥାନାନ୍ତର କରିଛନ୍ତି । ଅଧିକ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ ରଞ୍ଜିତ ରାଉତ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ପରେ ଜିଲ୍ଲାପାଳ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ ଆସ୍ଥା ଗୃହରେ ସମସ୍ତ ଚିକିତ୍ସା ସୁବିଧା ମିଳିବ ବୋଲି ଡ଼ ରାଉତ ପ୍ରକାଶ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ