ବାଲେଶ୍ଵର,୧୬/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅଧିନ ନୀଳସୁନ୍ଦର ଜୀଉ ନବକିଶୋର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନ୍ଦରପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦୀନବନ୍ଧୁ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖଇରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କବି ତଥା ସିମୁଳିଆ ବ୍ଲକ ଅଣ୍ଡରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ବୋଇତି, ସମ୍ମାନିତ ଅତିଥି ଭାବେ ବଳଦେବ ଜୀଉ ଉଚ୍ଚ ବିଦ୍ୟାଳୟ, ଈଶ୍ୱରପୁରର ବରିଷ୍ଠ ସହକାରୀ ଶିକ୍ଷକ ବନମାଳୀ ନାୟକ, ବରିଷ୍ଠ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଖଇରାର ଶ୍ରୀଧର ପ୍ରସାଦ ବେହେରା ଓ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ଉପସଭାପତି ଭରତ ଚନ୍ଦ୍ର ଦାସ, ଖଇରା ଓଷ୍ଟା ସଂଘର ପୂର୍ବତନ ସଭାପତି ମହେନ୍ଦ୍ର ପ୍ରସାଦ କବି, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ମାନସ କୁମାର ମହାପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଶଚ୍ଚିଦାନନ୍ଦ ମହାପାତ୍ର ଖଇରା ଓଷ୍ଟା ସଂଘର ସଂପାଦକ ଷଡାନନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ପିଲା ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରଭାକୁ ଲୋକଲୋଚନକୁ ଆଣିବା ଏକ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ହରିହର ଜେନାଙ୍କ ଧନ୍ୟବାଦ ଅର୍ପଣ ପରେ ଉଦଘାଟନୀ ପର୍ବର ପରିସମାପ୍ତି ଘଟିଥିଲା । ପରେ ପରେ ବିଦ୍ୟାଳୟ ତଥା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକକ ନୃତ୍ୟଗୀତ ପରିବେଷଣ ହୋଇଥିଲା ।
ସେହିପରି ଓଷ୍ଟା ସଂଘ ସଭାପତି ଦୀନବନ୍ଧୁ ଦାଶଙ୍କ ସଭାପତିତ୍ବରେ ଦ୍ବିତୀୟ ତଥା ଉଦଯାପନୀ ପର୍ବ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପରିଷଦ ସଭା ଗଜେନ୍ଦ୍ର ପ୍ରସାଦ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଓଷ୍ଟା ସଂଘ ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ନୟାଖଣ୍ଡି ପଞ୍ଚାୟତ ସମିତିସଭ୍ଯା ସୋନାଲି ଶତପଥୀ, ବାଲେଶ୍ଵର ଜିଲ୍ଲା ପବ୍ଲିକ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ବର ପଣ୍ଡା, ହଳଦୀପଦା ଜୋନ ଓଷ୍ଟା ସଭ୍ୟ ହରିପଦ ଭୂୟାଁ, ଖଇରା ଓଷ୍ଟା ସଂଘର ସମ୍ପାଦକ ଷଡାନନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଶଚ୍ଚିଦାନନ୍ଦ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅଭ୍ଯର୍ଥନା କମିଟିର ସଭାପତି ଗଗନ ଚନ୍ଦ୍ର ଧର ଉଭୟ ପର୍ବର ମଞ୍ଚରେ ମଞ୍ଚାସୀନ ଥିଲେ । ଶିଶୁ ହେଉଛି ଫୁଲପରି କୋମଳ, ସମସ୍ତେ ଆମେ ତାଙ୍କୁ ଭଲ ପାଇବା ଜାରି ରହିଲେ ପିଲାମାନଙ୍କର ସବୁ କ୍ଷେତ୍ରରେ ବିକାଶ ଘଟିପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଯାହା ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଥିଲା । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଅଭିଭାବିକା ମାନେ ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ଓଷ୍ଟା ସଂଘ ତଥା ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ