ରୁପ୍ରା, ୧୬/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ବିଶେଶ୍ୱର ମହାଦେବ ମନ୍ଦିର ଖମ୍ୱପଡା ଠାରେ ନବ ନିର୍ମିତ ହୋଇଥିବା ବିଶ୍ରାମ ଗୃହ ଆଜି ଉଦଘାଟିତ ହୋଇଯାଇଛି। ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ନର୍ଲାବ୍ଲକ୍ ଜୋନ୍ ନଂ ୧ ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ଓ ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଡଲି ବେହେରା ପ୍ରମୁଖ ଯୋଗଦାନ କରି ନବ ନିର୍ମିତ ହୋଇଥିବା ବିଶ୍ରାମ ଗୃହର ଉଦଘାଟନ କରିଥିଲେ। ଏହି ଅବସରରେ ସଂକ୍ରାନ୍ତି କମିଟି ସଭାପତି କିର୍ତ୍ତୀଚନ୍ଦ୍ର ମାହାର, ସମ୍ପାଦକ ପ୍ରତାପ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ତହସିଲ ବିଶ୍ୱାଳ, ହରେକୃଷ୍ଣ ସାହୁ, ଜୟଦେବ ସାହୁ, ଯେମନ୍ତ ପୁଟେଲ, ନେପାଳ ବିଶ୍ୱାଳ, ଲାଲ ନାଏକ, ସୁଦାମ ସାହୁ, ସୁବାସ ସାହୁ, ରାଜୀବ ସାହୁ ଓ ସୁଶାନ୍ତ ସେନାପତିଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
previous post
next post