ନୂଆପଡା/, ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରଣ ଅନୁକୁଲ୍ୟରେ ଆଜି ନିଯୁକ୍ତି ମେଳାକୁ ଜିଲ୍ଲାପାଳ ହେମକାନ୍ତ ସାଏ ଶୁଭ ଉଦଘାଟନ କରିଛନ୍ତି। ଏହି ମେଳାରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ସୃଷ୍ଟି କରୁଅଛି। ବେକାର ଏବଂ ଶିକ୍ଷିତ ଯୁବକ ହାତରେ କାମ ଥିଲେ ଅଞ୍ଚଳର ବିକାଶ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ହୋଇଥାଏ। ଯୁବକ ମାନେ ପଥଭ୍ରଷ୍ଟ ନ ହୋଇ ନିଜ ଲକ୍ଷ ପଥରେ ଆଗେଇ ଥାନ୍ତି। ରାଜ୍ୟ ତଥା ବାହାର ରାଜ୍ୟର ଘରୋଇ କମ୍ପାନୀମାନେ ଯୋଗ ଦେଇ ଯୁବକଙ୍କୁ ଚୟନ କରିଛନ୍ତି।ବାହାର ରାଜ୍ୟରେ ନିଯୁକ୍ତି ସୁଯୋଗ ଦେବା ଏକ ପ୍ରୟାସ ମାତ୍ର। ଏହି ଶିବିର ରେ ଅଧିକ ରୁ ଅଧିକ ସଂଖ୍ୟକ ଯୁବ ଗୋଷ୍ଠୀ ଯୋଗ ଦେଇ ନିଜ ପାଇଁ ଆସିଥିବା ସୁଯୋଗ ଲାଭ ଉଠାଇବା ପାଇଁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଧେଶକ ମଧୁଛନ୍ଦା ସାହୁ, ଜିଲ୍ଲା ନିଯୁକ୍ତି ଅଧିକାରୀ ବିନୋଦ ପ୍ରକାଶ ପ୍ରମୁଖ ଯୋଗଦେଇଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ