ଡାବୁଗାଁ,୧୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲାର ଡାବୁଗାଁ ଏକ କେନ୍ଦ୍ର ବିନ୍ଦୁ | ସପ୍ତାହ କୁ ଥରେ ଗୁରୁବାର ଦିନ ହାଟ ହୋଇଥାଏ | ରାଜାରାଜୁଡା ସମୟ ରୁ ଚାଲିଆସୁଥିବା ଏହି ହାଟରେ ଅନେକ ଲୋକ ନିର୍ଭର କରି ଚଳନ୍ତି ସମସ୍ତ ଗ୍ରାହକ ଙ୍କୁ ସୁହାଇଲା ଭଳି ଜିନିଷ ସୁଲଭ ଦରରେ ମିଳୁଥିବାରୁ ଏହି ହାଟ ରେ ଜିଲାରୁ ଏବଂ ଜିଲା ବାହାରୁ ମଧ୍ୟ ଅନେକ ଭିଡ଼ ଦେଖିବାକୁ ମିଳୁଛି | ବାଉଁଶ ରେ ବିଭିନ୍ନ ହାତ ତିଆରି ସାମଗ୍ରୀ ବଜାରରେ ଦେଖିବାକୁ ମିଳିଥିଲା | ଏଥିରେ ପୁଣି ପ୍ରବଳ ଭିଡ଼ ଏବଂ ଏହାର ଦାମ ମଧ୍ୟ ଅଧିକ ଆଞ୍ଚଳିକ ଭାଷାରେ ପାଲ (ଧାନ ମରେଈ ) ୧୨୦୦ ଟଙ୍କା, ଟୁକୁନା (ଚାଉଳ ଧୁଆ ) ୫୦ ଟଙ୍କା, ପର୍ଲା (ତାଟ ) ୧୨୦ ଟଙ୍କା ହୋଇଥିବାବେଳେ କୁଲା ୧୨୦ ଟଙ୍କା, ଅଡି (ଡଲା ) ବଡ଼କୁଣ୍ଡି ୨୦୦ ଟଙ୍କା, ଚକନି (ଚିଡି ) ୩୦ ଟଙ୍କା, ଗୋପା ୭୦ ଟଙ୍କା ଭାବରେ ବିକ୍ରି ହେଉଥିଲା | ଏହି ଅଞ୍ଚଳ ଏକ ଆଦିବାସୀ ଅଞ୍ଚଳ ଅଟେ | ମାର୍ଗଶିର ମାସର ଶେଷରେ ଓ ପୌଷ ମାସର ଆରମ୍ଭ ରେ ପ୍ରାୟତଃ ଏହି ଅଞ୍ଚଳ ରେ ଦିଆଲି ପର୍ବ ପାଳନ ହୋଇଥାଏ ଏବଂ ଚାଷୀ ଚାଷ ତଥା ଧାନ, ବିରି, କୋଳଥ, ମକା, କାନ୍ଦୁଲ, ମାଣ୍ଡିଆ ଆଦି ସଂଗ୍ରହ କରି ତାହା ଖଳାରୁ ନେଇ ଘରେ ସାଇତି ରଖନ୍ତି | ସେଥିରେ ଡଲା ବଡ଼କୁଣ୍ଡି ଓ କୁଲା ବ୍ୟବହାର କରାଯାଇଥାଏ | ଧାନ କୁ ଘରକୁ ନେଇ ପାଲ (ଧାନ ମରେଈ )ରେ ଧାନ ଭର୍ତ୍ତି କରି ତାକୁ ଲିପି ରଖନ୍ତି | ଦିଆଲି ପର୍ବ ରେ ଗୋରୁ ଗାଈ ଙ୍କୁ ପୂଜା କରି ନୂଆ ବାଉଁଶ ରେ ତିଆରି କୁଲା, ପର୍ଲା ଆଦିରେ ଖିଚିଡି ସହିତ ଧାନ ଆଦି ଚାଷ ସାମଗ୍ରୀ ଖୁଆଇ ଥାନ୍ତି | ଆଜିକାଲି ବାଉଁଶ ତିଆରି ସାମଗ୍ରୀ ର ଚାହିଦା ଥିବାରୁ ଭଲ ଦୁଇ ପଇସା ରୋଜଗାର ହେଉଥିବା ବ୍ୟବସାୟୀ ମହିଳା ମାନେ କୁହନ୍ତି | ବାଉଁଶ ତିଆରି ଘର କରଣା ସାମଗ୍ରୀ ଭଲ ଉପାର୍ଜନ ହେଉଥିବା ରୁ ସ୍ୱାମୀ ମାନଙ୍କ ସ୍ୱଚ୍ଛ ରୋଜଗାର ଯୋଗୁଁ ପରିବାର କଷ୍ଟ ହେଉଥିଲା ତାହା ଅଳ୍ପ ମନକୁ ହାଲୁକା ଲାଗିବା ଅନୁଭବ କରୁଛନ୍ତି ବୋଲି ମହିଳା ବ୍ୟବସାୟୀ ମାନଙ୍କର ମତ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ