ଜୁନାଗଡ଼ ,୭/୩(ନି ପ୍ର) -ଜୁନାଗଡ଼ ବ୍ଲକ ପଲlସ ଗ୍ରାମ ଚନ୍ଦନ ଯାତ୍ରା ପଡିଆ ଠାରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି l ଏହି ଅବସରରେ ଗ୍ରାମର ମା ଭଉଣୀ ମାନଙ୍କ ଦ୍ଵାରା ସ୍ତାନୀୟ ହାତୀ ନଦୀ ରୁ ଜଳ ନେଇ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ସ୍ଥାପନା କରା ଯାଇଥିଲା l ଏହି ଯଜ୍ଞ କାର୍ଯ୍ୟ ର ଆୟୋଜନ ଭାବେ ଭଗବାନ ମେହେର ଏହି ତାଙ୍କର ସପତ୍ନୀ ରସେଶ୍ୱରୀ ମେହେର ରହି ଥିବା ବେଳେ କର୍ତ୍ତା ଭାବେ ଦ୍ରୋଣ ଚନ୍ଦ୍ର ମେହେର ଏବଂ ପତ୍ନୀ ସାବିତ୍ରୀ ମେହେର ଦାୟିତ୍ୱ ତୁଳାଇ ଥିଲେ l ଏହି ପବିତ୍ର ନାମ ଯଜ୍ଞ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ୮ଗୋଟି ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି l ଏହି ଷୋହଳ ପ୍ରହର ନାମ ଯଜ୍ଞ ଆସନ୍ତା ୯ତାରିଖ ଦିନ ଉଦଯାପିତ ହେବ l ଏଥି ନେଇ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି l ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।
previous post
next post