ସୋମବାର ଅପରାହ୍ନ 4ଘଂଟା ସମୟରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ଅନ୍ତର୍ଗତ ଢଙ୍କସର ଗ୍ରାମ ରେ ଏକ ବୈଠକ ସଭାପତି ଶ୍ରୀ ତୁଳସୀ ରାମ ବିଶି ଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଶ୍ରୀ ଅଜିତ କୁମାର ବିଶୀ (ଅଂଚଳ ସମ୍ପାଦକ) ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରସ୍ତାବ ଆଗତ କରିଥିଲେ ଯେ ଢଙ୍କସର ଅଂଚଳ କମିଟି 5ବର୍ଷ ପୂରଣ ହୋଇଥିବାରୁ କୁଳପତି ଙ୍କ ନିର୍ଦେଶ କ୍ରମେ ନୂତନ କମିଟି ଗଠନ କରାଯାଉ l ଉକ୍ତ ପ୍ରସ୍ତାବ ରେ ଉପସ୍ଥିତ ସମସ୍ତ କ୍ଷତ୍ରିୟ ବନ୍ଧୁ ଙ୍କ ସର୍ବସମ୍ମତି କ୍ରମେ ନୂତନ ଅଂଚଳ କମିଟି ଗଠନ କରାଗଲା l ସମାଜର ପର୍ଯ୍ୟବେକ୍ଷକ ଭାବରେ ସମ୍ପାଦକ ଶ୍ରୀ ବୃନ୍ଦାବନ ବାରିକ ଓ ଉପଦେଷ୍ଟା ଶ୍ରୀ ନନ୍ଦଲାଲ ବାରିକ ଉପସ୍ଥିତ ରହି ଅଞ୍ଚଳ କମିଟି ର କାର୍ଯ୍ୟାବଳୀ ଉପରେ ଆଲୋକପାତ କରି ସମସ୍ତ ଙ୍କର ସହଯୋଗ କାମନା କରିଥିଲେ l ଏହି ନୂତନ କମିଟି ରେ ସଭାପତି- ମନୋଜ କୁମାର ବିଶୀ, ସମ୍ପାଦକ -ବିଭୂତି ଭୂଷଣ ବିଶି, ଉପସଭାପତି – ସୁରେଶ ବିଶି, ସହସମ୍ପାଦକ – ଅଶୋକ କୁମାର ବିଶୀ , କୋଷାଧକ୍ଷ -ନାରାୟଣ ବିଶି, କେନ୍ଦ୍ର ସଦସ୍ୟ 1-ଅଜିତ କୁମାର ବିଶୀ, କେନ୍ଦ୍ର ସଦସ୍ୟ 2- ମିନିକେତନ ବିଶୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ l ପରିଶେଷରେ ନୂତନ ସମ୍ପାଦକ ବିଭୂତି ଭୂଷଣ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସୁଧୀର ଦଣ୍ଡସେନା, ଗୁଣଧର ରାଉତରାୟ, ପୀତବାସ ବିଶି, ସୌମ୍ୟରଂଜନ ବିଶୀ, ମାଲଖମ ନାୟକ, ଗୋଧନ ନାୟକ, ନିରଞ୍ଜନ ବିଶି, ଗୁପ୍ତେଶ୍ୱର ବିଶି, ବଲ୍ଲଭ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post