କୋକସରା,୨୧/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ବୁଢ଼ାରଜା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ରବିବାର ଉଦଯାପିତ ହୋଇଯାଇଛି। ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନେଗିଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ସ୍କୁଲ ପରିଚାଳନା କମିଟିର ସଭାପତି ସୁଭାଷ ନାଏକ, ଆଲୁମିନି ପରିବାର ସଭ୍ୟ ପର୍ଶୁରାମ ଦୁର୍ଗା, ପ୍ରଶାନ୍ତ ପଣ୍ଡା, କେଦାର ନାଏକ, ବିଜୟ ପଣ୍ଡା, ଶିକ୍ଷକ ନିଳାମ୍ବର ଦାସ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଲୁମିନି ସଦସ୍ୟ ଡାକ୍ତରୀ ଛାତ୍ର ଦିନେଶ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସ୍କୁଲର ଖେଳ ଶିକ୍ଷକ ଲୋକନାଥ ସାହୁ ଓ ବିଶ୍ୱମର ଧ. ମାଝୀ ଙ୍କ ସହ ଅଶ୍ୱିନ କୁମାର ଦାସ, ସୁରଜ ତାଣ୍ଡି, ଲିଜୟା ନନ୍ଦ ସାହୁ, ଅମୁଲ୍ୟ ନାଏକ, ଦୟା ସିଂ ନାଏକ, ସୁରେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଠାକୁର, ସରୋଜ ପଡ଼ିହାରି, ମନ୍ଦାକିନି ନାଏକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ କ୍ରୀଡା ପତାକା ଅବତରଣ କରି କ୍ରୀଡା ଉତ୍ସଵ ଶେଷ ହୋଇଛି।