ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା ଓ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ମୁସ୍କୁଟି ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ 

ରୁପ୍ରା, ୨୧/୧୨ (ମନିସ ): ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ଓ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ମଶାଲ୍ ଯାତ୍ରା କରିଥିଲେ, ମଞ୍ଚ ଠାରେ ମଶାଲ୍ ସ୍ଥାପନ ହେବା ପରେ ମୁଖ୍ୟ ଅତିଥି ମୁସ୍କୁଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୁଲତା ଭୋଇ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ ଖେଳ ପରିଚାଳନା କରିଥିଲାବେଳେ, ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ, ଶିକ୍ଷକ ବିଷ୍ଣୁ ଚରଣ ସେନାପତି, କାର୍ତ୍ତିକେଶ୍ୱର ମିଶ୍ର, କେ. ଗଣେଷ ଆଚାରୀ, ବିଦ୍ୟାଧର ଭୋଇ, ତୀର୍ଥ ସାହୁ, ସୁଶାନ୍ତ ଦେବ, କେ ଜ୍ୟୋତିରଞ୍ଜନ ପାତ୍ର, ଦିଶେନ୍ଦ୍ର ପଟେଲ ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ଦଳେଇ କର୍ମଚାରୀ ବଶିଷ୍ଠ ସାହୁ, ତ୍ରିଲୋଚନ ମାଝୀ ଓ ରୋହିତ ସା ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୈରାଗୀ ନାଏକ, ଛବି ନାଏକ ଓ ସନ୍ତୋଷ ନାଏକ ଉପସ୍ଥିତ ଥିଲେ। ଗୁରୁବାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ।

ସେହିପରି ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ରୁପ୍ରା ସରପଞ୍ଚ ଡଲି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଡୁ ମହାଲିଙ୍ଗ ଓ ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା ଖେଳ ଶିକ୍ଷକ ସୀତାରାମ ପଟ୍ଟନାୟକ କରିଥିବା ବେଳେ ଶିକ୍ଷକ ପ୍ରଦୀପ ନନ୍ଦ, ରାଧାକାନ୍ତ ସେନାପତି, ଚନ୍ଦ୍ରଶେଖର ବେହେରା, ସୁଦାମ ଚରଣ ମିଶ୍ର ଓ ବିଜୟ ସାହୁ, କିରାଣୀ କ୍ଷୀରସିନ୍ଧୁ ସାହୁ, କର୍ମଚାରୀ ବନମାଳୀ ଗଉଡ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

Sunil Chandra Nayak

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort