ରୁପ୍ରା, ୧୭/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ମାଲପଡା ଠାରେ ଆଜି ରାତିରେ ୨ୟ ତମ ଏକ ଦିବସୀୟ ନାଇଟ୍ ପେନ୍ଥର୍ ବ୍ୟାଡ୍ ମିଣ୍ଟନ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ରାଜୀବ ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ ସେନାପତି, ସମାଜସେବୀ ପ୍ରିୟରଞ୍ଜନ ବେହେରା ଓ ଭାଗିରଥି ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୩୦ଟି ଦଳ ଅଂଶଗ୍ରହଣ କରିଥିଲେ। ଅମ୍ପାୟାର୍ ଭାବରେ ରବିନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲାବେଳେ ଲାଇନରେ ବିଭୁତି ମିଶ୍ର ଓ ଅମିତ ପଧାନ ରହିଥିଲେ। ସ୍କୋରର୍ ଦେବଦତ୍ତ ମିଶ୍ର ଓ ଧାରାବିବରଣୀ ସୁବୋଧ ମିଶ୍ର ପ୍ରଦାନ କରିଥିଲେ। ପଞ୍ଜିକରଣ ଦାୟିତ୍ବରେ ଯଶୋବନ୍ତ ସାହୁ ଓ ପଞ୍ଚାନନ ସାହୁ ଥିଲେ। ଉଦଘାଟନୀ ମ୍ୟାଚ କେସିଙ୍ଗାର ପିୟୁସ୍ ଏଣ୍ଡ୍ ନିଖିଲ୍ ଓ କନ୍ତେଶିରର ସାବନ ଏଣ୍ଡ୍ ଆକାଶ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ପିୟୁସ୍ ଦଳ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଖବର ଲେଖା ହେଲା ବେଳକୁ ମ୍ୟାଚ୍ ଜାରି ରହିଛି ।
previous post