ଜୁନାଗଡ଼,୧୯/୧୨(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚଞ୍ଚରାଭାଡ଼ି ଠାରେ ଥିବା କାଲଭେରୀ ରେଭେଲେସନ ପ୍ରେୟାର ହାଉସ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପାଷ୍ଟର ରବୀନ୍ଦ୍ରନାଥ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଞ୍ଚରାଭାଡ଼ି ସରପଞ୍ଚ ଗୀତାଞ୍ଜଳି ଚନ୍ଦନ, ସମ୍ମାନିତ ଅତିଥି ଜୁନାଗଡ଼ ଏନଏସିର କାଉନସିଲର ସଚିନ ଅନ୍ଦାନି, ଏଏସଆଇ ସୁବୋ ଧନପି, କୋରାପୁଟ ର ପାଷ୍ଟର ଜନ ପାଉଲ ଯୋଗଦେଇଥିଲେ । ପାଷ୍ଟର ସୁନିତା ତାଣ୍ଡି ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ଅଜିତ ଦୁର୍ଗା ଓ ମଦୁସୁଧନ ଦୁର୍ଗା କର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ସାଲେମ ଦୁର୍ଗା ସଙ୍ଗୀତ କର୍ଯ୍ୟକ୍ରମ ପରିଚଳନା କରିଥିଲେ । ପାଷ୍ଟର ଜେ.ଦିବାକର ଧନ୍ୟବାଦ ଅର୍ପଣ କରିଥିଲେ । କର୍ଯ୍ୟକ୍ରମରେ ଶତାଧିକ ଖ୍ରୀଷ୍ଟଧର୍ମ ଓ ଅନ୍ୟାନ୍ୟ ଧର୍ମର ଶତାଧିକ ଲୋକ ଯୋଗଦେଇଥିଲେ ।
previous post