ଢେଙ୍କାନାଳ, କାମାକ୍ଷାନଗର (ମସିହା )18/12/22/ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ଗାଁ ର ୪୦ ତମ ମା ମଙ୍ଗଳା ଫୁଟବଲ ଖେଳ ଆରମ୍ଭ ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ବାମଗାଁ ର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଫୁଟବଲ ଖେଳ ଆରମ୍ଭ ହେଉଅଛି। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ଏହି ଫୁଟବଲ ଖେଳ ସ୍ଥଗିତ ରହିଥିଲା। କଙ୍କଡ଼ାହାଡ଼ ଅଂଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ବାମ ଗାଁ ରେ ପ୍ରାୟତ ଆଦିବାସୀ ଲୋକେ ବସବାସ କରନ୍ତି। କଙ୍କଡ଼ାହାଡ଼ ଅଂଚଳର ଫୁଟବଲ ଖେଳ କହିଲେ ବାମ ଗାଁ ର ଫୁଟବଲ ଖେଳ ଏକ ନିଆରା। ଏହି ଫୁଟବଲ ଖେଳ ରେ ପ୍ରାୟ ୩୦ ରୁ ୩୫ ଦଳ ଭାଗ ନିଅନ୍ତି। ସେଥିମଧ୍ୟରୁ ବିଭିନ୍ନ ଦୂର ଦୂରାନ୍ତରୁ ତଥା ମୟୂରଭଞ୍ଜ,ତାଳଚେର ଏଫସାଇ,ଅନୁଗୁଳ ବଲଣ୍ଡା, ଯାଜପୁର ,ଢେ଼ଙ୍କାନାଳ ଏବଂ ନିଜ ଅଞ୍ଚଳର ଫୁଟବଲ ଟିମ ଆସି ଏହି ଖେଳରେ ଭାଗ ନିଅନ୍ତି ବୋଲି ମା ମଙ୍ଗଳା ଫୁଟବଲ ଟିମ ର ସଭାପତି ଭାଲୁଆ ବିଶ୍ଵାଳ ଏବଂ ସମ୍ପାଦକ ସୌଭାଗ୍ୟ ମହାନ୍ତ ମତ ପ୍ରକାଶ କରନ୍ତି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ ଏବଂ ଗଣ ମାଧ୍ୟମ ର ଯୁବ ସାମ୍ବାଦିକ ପ୍ରବୀଣ ନାଏକ ଯୋଗ ଦେଇ ,ଖେଳାଳି ଙ୍କ ମନରେ ଏକ ଉତ୍ସାହ ପ୍ରଦାନ କରିଥିଲେ। ରବିବାର ଦିନ ଏକ ଥିଲା ଫାଇନାଲ ମ୍ୟାଚ l ସ୍କ୍ୟ ସାଉଥ ଫୁଟବଲ ଟିମ ତାଳଚେର ବଲଣ୍ଡା ପ୍ରଥମ ଚାମ୍ପିଅନ ହୋଇଥିଲା, ଏହି ବିଜୟ ସ୍ମାରକୀ ନିମନ୍ତେ ତାଙ୍କୁ ୧୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରେ ମଧ୍ୟ ମା ଦେଶହାଳି ଢେ଼ଙ୍କାନାଳ ଫୁଟବଲ ଟିମ ରନର୍ଷ ହୋଇ ଦୂତୀୟ ସ୍ଥାନ ଅଧିକାର କରିଥିଲା। ୨ୟ ପ୍ରାଇଜ୍ ୧୨୦୦୦ ଟଙ୍କା ଥିଲା ଏବଂ ତୃତୀୟ ସ୍ଥାନ ମଧ୍ୟ ସେହି ମା ଦେଶହାଳି ଢେ଼ଙ୍କାନାଳ ଫୁଟବଲ ଟିମ ତୃତୀୟ ସ୍ଥାନ ଅଧିକାର କରିଥିଲା। ତୃତୀୟ ସ୍ଥାନ ର ବିଜୟତା ପାଇଁ ୮୦୦୦ ଟଙ୍କା ପ୍ରାଇଜି ପ୍ରଦାନ କରାଯାଇଥିଲା। ପରିଶେଷରେ ବାମ ଗାଁ ଖଜୁରୀ ନାଳି ଫୁଟବଲ ଟିମ ଚତୁର୍ଥ ସ୍ଥାନ ଅଧିକାର କରି ୬୦୦୦ ଟଙ୍କା ବିଜୟତା ପ୍ରାଇଜ୍ ପାଇଥିଲେ। ଏହି ଖେଳକୁ ପରିଚାଳନା କରୁଥିଲେ ବିଶିଷ୍ଟ ରେଫରି ଭିକି ପୁର୍ଥୀ ଝାଡ଼ଖଣ୍ଡ, ସୁଦାମ ମାରାଣ୍ଡି କେନ୍ଦୁଝର, ଜାକେଲ ପୁର୍ଥୀ ମୟୂରଭଞ୍ଜ। ଏହି ବିଶିଷ୍ଟ ରେଫରି ୩ ଜଣ ଖେଳକୁ ଭଲ ଶାନ୍ତି ଶୃଙ୍ଖଳା ଭାବରେ ଖେଳକୁ ପରିଚାଳନା କରି ଖେଳାଳି ମାନଙ୍କ ମନରେ ଉତ୍ସାହ ବଢାଇଥିଲେ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ