ନବରଙ୍ଗପୁର–(ମସିହା) ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନର ଦ୍ୱିତୀୟ ଦିବସରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ, ଡ଼ାବୁଗାଁ ବିଧାୟକ ମନହୋର ରନ୍ଧାରି, ନବରଙ୍ଗପୁର ପୌର ପାଳିକା ଅଧ୍ୟକ୍ଷ କୁନୁ ନାୟକ, ସମାଜ ସେବୀ ଜଗନ୍ନାଥ ମହାପାତ୍ର, ଆର ଏନ୍ ଚନ୍ଦ୍ରନ, ଚିଫ୍ ଭିଜିଲାନ୍ସ ଅଫିସର (ଓ ଏଚ ପି ସି ), ଆଲୁମି ନାଇ ବ୍ରାଣ୍ଡ ଆମ୍ବସଡର୍ ସ୍ୱାଗତିକା ତ୍ରୀପାଠୀ ଯୋଗ ଦେଇଥିଲେ। ଅଲୁମିନାଇ କମିଟି ସଭାପତି ଗଣେଶ ଦାସ ସଭାପିତ୍ବରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ନବରଙ୍ଗପୁର କଲେଜ କୁ ସରକାରୀ କଲେଜ୍ ଘୋଷଣା ପାଇଁ ଦଳ ମତ ନିର୍ବିଶେଷରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପରାମର୍ଶ ଦେବା ସହ କଲେଜର ଫାଟକ ନିର୍ମାଣ ପାଇଁ ତାଙ୍କ ଅନୁଦାନ ପାଣ୍ଠି ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ରାଜ୍ୟ ସଭା ସାଂସଦ ତଥା କଲେଜର ଅଲୁମିନାଇ ମୁନା ଖାଁ କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ। ସରକାରୀ କଲେଜ୍ ଘୋଷଣା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ଶ୍ରୀ ରନ୍ଧାରି ଅତି କମ୍ ଦିନରେ ସରକାରୀ କଲେଜ ଘଷଣା କରାଯିବ ବୋଲି କହିବା ସହ ଜିଲ୍ଲାର ସମସ୍ତ ବ୍ଲକରେ ଡ଼ିଗ୍ରୀ କଲେଜ୍ ଖୋଲାଯିବ ବୋଲି କହିଥିଲେ। ଶେଷରେ କମିଟି ସଦସ୍ୟ ପୂର୍ଣ୍ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ଵାଳ, କମିଟି ଉପ ସଭାପତି ପ୍ରଭାକର ପାତ୍ର, ଅଜିତ ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ ମଞ୍ଚାସିନ ହୋଇଥିଲେ। ସଭା କାର୍ଯ୍ୟ ଶେଷ ହେବା ପରେ ବିନ୍ଦୁ ମଲ୍ଲିକ ଓ ତାଙ୍କ ସାଥୀଙ୍କ ଦ୍ଵାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ, ସାରେଗାମା ଗ୍ରୁପ୍ ତରଫରୁ ଅର୍କ୍ରେଷ୍ଟା , ଟୱର୍ଲିଁଙ୍ଗ ଗ୍ରୁପ୍, ହସତେ ରୂଆ କମେଡି, ବି ଏମ ଜେ ଗ୍ରୁପ୍ ଡେନ୍ସ ,ଫାଇର ଗ୍ରୁପ୍ ଡେନ୍ସ, ବେଟି ବଚାଓ ନାଟକ ପରିବେଷଣ କରାଯାଇଥିଲା । ନାଚ ଗୀତରେ ମଞ୍ଚ ଦୁଲୁକି ଥିଲା। କଲେଜ୍ ଛାତ୍ର ଛାତ୍ରୀଙ୍କ ସମେତ, ପୂର୍ବତନ ଛାତ୍ର, ଅତିଥି ମାନେ କାର୍ଯ୍ୟକ୍ରମ ଗୁଡ଼ିକୁ ମନ ଭରି ଉପଭଗ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍