ଡାବୁଗାଁ, (ମ.ନି.ସ.) ୨୦/୧୨ – ନବରଙ୍ଗପୁର ଜିଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପନ ହୋଇଯାଇଛି | ଆଗାମୀ ୨୦୨୩ ମସିହାରେ ଓଡିଶାରେ ହକି ବିଶ୍ଵ କପ ଖେଳ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରତି ଗ୍ରାମାଞ୍ଚଳରେ ବିଦ୍ୟାଳୟ ସ୍ତରରେ ଖେଳର ମାହୋଲ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ସ୍ତରରେ ବିଭିନ୍ନ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି | ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମି. ୨୦୦ ମି. ଓ ୪୦୦ ମି. ଦୌଡ, କବାଡି, ଖୋଖୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗଣିତ ଦୌଡ, ଭଲିବଲ, ସଟଫୁଟ, ଡ଼ିସକସ, ମ୍ୟୁଜିକ ଚେୟାର, ଫୁଟବଲ, ଟେବୁଲାନ୍ତ ଟେନିସ ଆଦି ପ୍ରତିଯୋଗୀତା କରାଯାଇଛି | ଏଥିରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ବାଳିକା ବାଳକ ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା |ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନୀତ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ପଞ୍ଚାୟତ ସମିତି ଅଧକ୍ଷା ବିଣା ମାଝୀ ଓ ଉପାଧକ୍ଷ ସଦାନନ୍ଦ ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଆର୍ ପ୍ରକାଶ ରାଓ,ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ସମସ୍ତ ଖେଳ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ, ପରିଡା ଓତ୍ରିନାଥ ବାରିକ ପ୍ରମୁଖ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ