ଧର୍ମଗଡ:୨୧/୧୨/୨୨/ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ର ୩୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁନିଲ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୁଷଣ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇ ଥିଲେ । କେବଳ ନିଜେ ସଫା ସୁତୁରା ହୋଇ ଗଲେ ହେବ ନାହି ଆମ ଚତୁର୍ପାର୍ଶ୍ଵ କୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ସେ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଆହ୍ବାନ ଦେଈ ଏକ ସ୍ବଚ୍ଛ ଧର୍ମଗଡ ସହର ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ମୂଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କଳାହାଣ୍ଡି ଜିଲ୍ଲା କାର୍ଯ୍ୟବାହ ଶ୍ୟାମସୁନ୍ଦର ପାଢ଼ୀ ଯୋଗ ଦେଇ ଏକ ପୂର୍ଣ୍ଣ ବିକଶିତ ମଣିଷ ଭାବେ ଛାତ୍ର ଛାତ୍ରୀ ଙ୍କୁ ଗଢ଼ିବା ଶିଶୁମନ୍ଦିର ର ଧ୍ୟେୟ ହେଉ ଏବଂ ଏଥି ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ନିଜ ବକ୍ତବ୍ୟ ରେ କହି ଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ସମ୍ପାଦକ ସାଇ ଗୋପାଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡ ବିବରଣୀ ପାଠ କରିଥିଲେ । ସଭା କାର୍ଯ୍ୟ କୁ ଛାତ୍ରୀ ଭୂମୀସୂତା ନାଏକ ସଞ୍ଚାଲନ କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଡାଲ ଖାଇ ନୃତ୍ୟ ଓ ଦୂର୍ଗା ତାଣ୍ଡବ ନୃତ୍ୟ ପ୍ରଦର୍ଶିତ ହୋଈ ପ୍ରଶଂସିତ ହୋଇ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦୁଃଖୀ ଶ୍ୟାମ ଦାସ ପରିଚାଳନା କରିଥିଲେ । ଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।