କୋକସରା,୬।୩-ପୁଣି ବାଙ୍ଗାଲୋର ରେ ଓଡ଼ିଆ ଦାଦନ ଶ୍ରମିକ ର ଟ୍ରେନ ଧାରଣା ରେ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାଙ୍ଗାଲୋର ଜି ଆର ପି ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ନେଇ ସୁଚନା ମିଲିଛି। ସୁଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼ ର ଯୁବକ ବସନ୍ତ ମାଝୀ ଗତ ବର୍ଷ ଜୁଲାଇ ମାସ ରେ ଗାଁ ର ସାଥି ଶ୍ରମିକ ଙ୍କ ସହ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ସେଠାରେ ଏକ ବେସରକାରୀ ବାମ୍ବୋ ଠିକାସଂସ୍ଥା ରେ କାମ କରୁଥିବା ନେଇ ପରିବାର ସୁଚନା ଦେଇଛନ୍ତି। ତେବେ ଗତକାଲି କେ. ଆର. ପୁରମ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଲାଇନ ରେ ଯୁବକ ର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ପାଇ ରେଳ ବିଭାଗ କର୍ମଚାରୀ ସ୍ଥାନିୟ ଇନ୍ଦ୍ରା ନଗର ଜି ଆର ପି ପୋଲିସ କୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ର ନିକଟ ରୁ ତାର ପରିଚୟ ପାଇଛନ୍ତି । ମୃତ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାଗଡ଼ ଗାଁ ର ବସନ୍ତ ମାଝୀ(୨୨) ବୋଳି ଜଣାପଡିଛି। ପୋଲିସ ଘର ଲୋକଙ୍କ ସହ ସମ୍ପର୍କ କରିବା ପରେ ପରିବାର ଲୋକ ରବିବାର ବାଙ୍ଗାଲୋର ଅଭିମୁଖେ ଯାଉଥିବା ସୁଚନା ମିଲିଛି। ତେବେ କେଉଁ ପରିସ୍ଥିତିରେ ଯୁବକ ଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ମ ନି ସ
previous post
next post