କୋକସରା,୬/୩-ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ରେ ବିଜୟୀ ହେବାପରେ ଆରମ୍ଭ ହୋଇଛି ବ୍ଲକ ରେ ନବ ନିର୍ବାଚିତ ସରପଞ୍ଚଙ୍କ ବନ୍ଧୁମିଲନ ସହ କର୍ମକର୍ତ୍ତା ଚୟନ ପାଇଁ ବୈଠକ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ୨୨ ପଞ୍ଚାୟତ ସରପଞ୍ଚଙ୍କ ବନ୍ଧୁମିଲନ ଓ କର୍ମକର୍ତ୍ତା ଚୟନ ବୈଠକ ରବିବାର ଆମପାଣି ନିୟନ୍ତ୍ରିତ ବଜାର କମିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋକସରା ବ୍ଲକ ର ୨୨ ପଂଚାୟତ ମଧ୍ୟରୁ ୧୯ ସରପଞ୍ଚ ଯୋଗଦେଇ ବିଜୟୀ ସରପଞ୍ଚ ନିଜ ନିଜ ମଧ୍ୟରେ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ବୈଠକରେ ସଭାପତିତ୍ୱ କରି ପ୍ରଥମେ ସମସ୍ତ ବିଜୟୀ ସରପଞ୍ଚ ଙ୍କୁ ଫୁଲତୋଡା ସହ ସମ୍ବର୍ଦ୍ଧନା କରିଛନ୍ତି । ପରେ ସର୍ବ ସମ୍ମତି କ୍ରମେ ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କୁ ବ୍ଲକ ସଙ୍ଘ ର ସଭାପତି, ଉପ ସଭାପତି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସାଧାରଣ ସମ୍ପାଦକ ମହିମା ସରପଞ୍ଚ ଇଶରାମ କୋଲଥିଆ, ସହ ସମ୍ପାଦକ ମୋଟେର ସରପଞ୍ଚ ବାସନ୍ତି ନାଏକ, କୋଷାଧ୍ୟକ୍ଷ ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କୁ କାର୍ଯ୍ୟଭାର ଦିଆଯାଇଛି । ଏହି କର୍ମକର୍ତ୍ତା ଚୟନ ବୈଠକରେ କୋକସରା ବ୍ଲକ ର ୧୯ ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ରହିଥିଲେ । ଆଗାମୀ ଦିନ ରେ ନିଜ ନିଜ ପଞ୍ଚାୟତ ରେ ବିକାଶ ଧାରା କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବା ସହ ବ୍ଲକ ପ୍ରଶାସନ ସହ ସୁ ସମ୍ପର୍କ ରଖି ପଞ୍ଚାୟତ ବିକାଶ ଦିଗରେ ଚେଷ୍ଟା କରିବା ପାଇଁ ଏକମତ ପ୍ରକାଶ ପାଇଛି । ମ ନି ସ
previous post