ନବରଙ୍ଗପୁର, -: ନବରଙ୍ଗପୁର ସହରର ଜଣେ ସୁନାମଧନ୍ୟ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକଙ୍କ ୭୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହର ଦାରୁବନ୍ଧ ସାହି ସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ଅବସର ଗ୍ରହଣ କରିଥିଲେ। ସେ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ବିଭିନ୍ନ ସମାଜସେବା ସଙ୍ଗଠନ ସହ ଜଡ଼ିତ ରହିବା ସହ ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭ୍ୟ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ତାଙ୍କ ପୂର୍ବତନ ଛାତ୍ର ମାନେ ଶୋକ ପ୍ରକଟ କରିଛନ୍ତି। ତାଙ୍କ ଶେଷ କୃତ୍ୟ ଇନ୍ଦ୍ରାବତୀ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା।ତାଙ୍କ ମର ଶରୀର ଦେଖିବାକୁ ବହୁ ଭିଡ ଜମି ଥିଲା।ଉପସ୍ତିତ ସମସ୍ତ ଭଦ୍ରବ୍ୟକ୍ତି ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।