କୋକସରା ୨୯/୦୫- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ଚାଷଜମି ନିକଟରେ ଥିବା ଏକ ପରିତ୍ୟକ୍ତ କୁଅ ରେ ଗ୍ରାମର ନାରାୟଣ ବେଶ୍ରା ଙ୍କ ଗାଈ ରବିବାର ପଡିଥିବା ଦେଖି ସ୍ଥାନୀୟ ଲୋକେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଖବର ଦେବାପରେ ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ଓ କର୍ମଚାରୀ ପହଞ୍ଚି କୌଶଳ କ୍ରମେ କୁଅ ରୁ ବହୁ କଷ୍ଟରେ ଗାଈ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି। କର୍ମଚାରୀ ଙ୍କ ତ୍ୱରିତ ଉଦ୍ଧାର ଯୋଗୁ ମରଣ ମୁହଁରୁ ଏକ ଗାଈ ରକ୍ଷା ପାଇଥିବା ବେଳେ ନୂଆଗୁଡା ଗ୍ରାମବାସୀ କର୍ମଚାରୀ ଙ୍କୁ ସାବାସୀ ଦେଇଛନ୍ତି।
ଅଗ୍ନିଶମ ବିଭାଗ ଅଧିକାରୀ ମାନେ କୂଅରୁ ଗାଈକୁ ଉଦ୍ଧାର କରୁଥିବା ସମୟ ର ଚିତ୍ର