ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ସିନେମା ଦୃଷ୍ଟି କୋଣ ଓ ପ୍ରେମ ଏଟିଏମ୍‌

ନାରୀ ନିର୍ଯାତନାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଏବେ ପ୍ରେକ୍ଷାଳୟରେ

 ଦର୍ଶକଙ୍କ ମନ ମୋହୁଛି ଓଡ଼ିଆ ସିନେମା ’ଲଭ୍ ଏଟିଏମ୍‌’

ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡ଼ିଆ ଚଳଚ୍ଚିତ୍ର? ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡ଼ିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜାଚାଲିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ଏକ ପ୍ରେସ ସୋ’ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ସିନେ କ୍ରିଟିକ୍‌, ସିନେ ପ୍ରେମୀ ଏବଂ ସିନେ ସାମ୍ବାଦିକଙ୍କ ଗହଣରେ ଏହି ସୋ’ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ପରିଜା ପ୍ରଡକ୍ସନ୍‌ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ।

ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟମୁହାଁ କରିବ ବୋଲି ପ୍ର‌େଯାଜନା ସଂସ୍ଥା ଆଶାବାଦୀ। ସିନେମା ଦେଖିବା ପରେ ସିନେ ସମୀକ୍ଷକମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର୍ ମାନ୍ୟତା ଦେବା ସହ ସବୁଦିଗରୁ ସିନେମାଟି ଉନ୍ନତମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ସେମାନେ ଚଳଚ୍ଚିିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଶୈଳୀକୁ ପ୍ରଶଂସା କରିଥିଲେ। ପ୍ରଥମଥର ପାଇଁ ଅଭିନୟ କରିଥିଲେ ମଧ୍ୟ ଅଭିନେତ୍ରୀ ଲିଜା ନାୟକଙ୍କ ଅଭିନୟରେ ସେମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଞ୍ଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ୍‌ଷ୍ଟୋନ୍‌ ହେବ ବୋଲି ପ୍ରକାଶ କରିଥିଲେ। ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡ୍‌ଭୋକେଟ୍‌ ଭୂମିକା ଓ ସାହିତ୍ୟିକ ହରପ୍ରସାଦ ଦାସଙ୍କ ବିଚାରକ ଭୂମିକା ମଧ୍ୟ ଲୋକାଦୃତ ହେବ ବୋଲି ଆଶାପ୍ରକଟ କରିଥିଲେ।

 ସେହିପରି ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ଏହାର ପ୍ରଯୋଜନା କରିଛି ତରଙ୍ଗ ସିନେ ପ୍ରଡକ୍ସନ୍‌। ଏହି ସିନେମାରେ ସୁନ୍ଦରଗଡ଼ ପୁଅ ପ୍ରଦୀପ ଦତ୍ତ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କ ସହ ଦିବ୍ୟାଦିଶା ମହାନ୍ତି ଓ ଲିପିକା ସେନାପତି ମଧ୍ୟ ନିପୁଣ ଅଭିନୟ କରିଛନ୍ତି।

ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର। ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଏଇ ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ‘ଲଭ୍ ଏଟିଏମ୍’ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ପ୍ରେକ୍ଷାଳୟର ଅଭ‌ାବ ଥିଲେ ମଧ୍ୟ ଚଳଚ୍ଚିତ୍ର ‘ଲଭ୍ ଏଟିଏମ୍’ ଏବେ ଅଳ୍ପସଂଖ୍ୟକ ହଲ୍‌ରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏପରିକି ଦୁଇ ପ୍ରେମୀଯୋଡ଼ିଙ୍କ ଉପରେ ନଜର ଲାଗିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉମାକାନ୍ତ ଦାସ ଙ୍କ କବିତା ଉର୍ମିଳା

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort