ଭବାନୀ ପାଟଣା -: କଳାମୟ କଳାହାଣ୍ଡିର କଳା ପ୍ରତିଭା ଦେଶ ତଥା ଦେଶ ବାହାରେ ପ୍ରଦର୍ଶିତ ହୋଇ ବେଶ୍ ନାଁ କରିଛି । କେବଳ ସହର ମଧ୍ୟରେ ନୁହଁ ଗ୍ରାମ ସ୍ତର ରେ ମଧ୍ୟ ଏହି କଳାର ବିକାଶ ଓ ପ୍ରସାର ନାଟ୍ୟକ୍ଷେତ୍ର ର ଲକ୍ଷ୍ୟ ହେଉ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ନାଟ୍ୟକ୍ଷେତ୍ର ଓ ଆଜାଦୀ କା ଅମ୍ରିତ ମହୋତ୍ସବ ଦ୍ଵାରା ଅୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ଶିବରାମ ନାୟକ, ବିଶିଷ୍ଟ ନାଟ୍ୟଶିଳ୍ପୀ ତଥା ‘ପ୍ରତିଭା’ ସଭାପତି ଧ୍ୟାନାନନ୍ଦ ପଣ୍ଡା, ନାଟ୍ୟକ୍ଷେତ୍ର ସଭାପତି ସୌରଭ ମହାପାତ୍ର, ସମ୍ପାଦକ ରାମେଶ୍ଵର ତ୍ରିପାଠୀ, ବିଶିଷ୍ଟ ବଂଶୀ ବାଦକ ନରେନ୍ଦ୍ର ପଣ୍ଡା ଓ କଣ୍ଠଶିଳ୍ପୀ ସଂଗୀତା ରାଉତ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ସ୍ଥାନୀୟ ବିବେକନନ୍ଦ ପବ୍ଲିକ୍ ସ୍କୁଲ୍ ସଭାଗୃହରେ କଳାହାଣ୍ଡି ର ଯୁବ ପ୍ରତିଭାଙ୍କୁ ନେଇ ଏକ ଦେଶାତ୍ମବୋଧକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍ଗୀତରେ ସୁନନ୍ଦା ରାଣୀ ମିଶ୍ର (ପ୍ରଥମ) , ସୌରଭ ଜୈନ (ଦ୍ଵିତୀୟ) , ନରସିଂହ ସୁନାନୀ (ତୃତୀୟ) ସ୍ଥାନ, ଏକକ ଅଭିନୟରେ ପ୍ରିୟଦର୍ଶିନୀ ପାଢୀ (ପ୍ରଥମ) , ଅବିନାଶ ଅଗସ୍ତି (ଦ୍ଵିତୀୟ) , ପ୍ରିୟଙ୍କା ପଟ୍ଟନାୟକ (ତୃତୀୟ) ସ୍ଥାନ ଓ ନୃତ୍ୟରେ ସୀମାରାଣୀ ମହାରଣା (ପ୍ରଥମ) , ରୋଶନ ନାୟକ (ଦ୍ଵିତୀୟ) ଓ ଅର୍ପିତା ନନ୍ଦ(ତୃତୀୟ) ସ୍ଥାନ ଅଧିକାର କରିଥିଲେ। ସେହିଭଳି ସାନ୍ତ୍ଵନା ମୂଳକ ପୁରସ୍କାର ରୂପେ ସଙ୍ଗୀତରେ ଚନ୍ଦନ ବିଶ୍ଵାଳ, ଏକକ ଅଭିନୟରେ ପ୍ରଭାସ ଚନ୍ଦ୍ର ବାଗ ଓ ନୃତ୍ୟରେ ସଙ୍ଗୀତ ଲହଜଲ ପ୍ରମୁଖ ଙ୍କୁ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଚୟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଯୁବ ଅଭିନେତା ଆଲୋକ କୁମାର ସାହୁ। ଏଥିରେ ଅଭିନେତା ଅନୁରାଗ ଦାସ, ସୌମ୍ୟ ରଞ୍ଜନ ଜେନା, ପ୍ରଜ୍ଞା ପରିମିତା ନାୟକ, ତଥାଗତ ମିଶ୍ର, ଶୁଭମ ବେହେରା, ପ୍ରତ୍ୟୁଷ ପାତ୍ର, ଲିପ୍ସାରାଣୀ ବାରିକ, ପ୍ରତ୍ୟୁଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ମ ନି ସ
previous post