ଢେ଼ଙ୍କାନାଳ(ମ ସୀ ହା)୨୨/୧୦_ ଗତ କାଲି ଜୁଆଙ୍ଗ ଜାତିର ଜିଲ୍ଲା ସ୍ତରୀୟ ଜନ ଜାଗରଣ ସମାବେଶ ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ବଡ଼ସୁଆଁଳୁ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ସମାବେଶରେ ଜୁଆଙ୍ଗ ଜାତିର ଯୁବକ ଯୁବତୀ ପୁରୁଷ ମହିଳା ବହୁମାତ୍ରରେ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଏହି ସମାବେଶରେ ଯୋଗଦାନ କରିଥିଲେ। ମାନ୍ୟବର ଖଣି, ପୂର୍ତ୍ତ ଓ ଇସ୍ପାତ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ଵ ରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ ସମ୍ମାନିତ ଅତିଥି ଭାବେ ପରଜଙ୍ଗ ବିଧାୟକ ଡକ୍ଟର ନୃସିହ ଚରଣ ସାହୁଙ୍କ ସହିତ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ ଓ ଜିଲ୍ଲାର ବିଭାଗୀୟ ମୁଖ୍ୟମାନେ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଜୁଆଙ୍ଗ ମାନଙ୍କୁ ଉତ୍ସାହିତ କରିବା ସହ ନିଶା ଠାରୁ ଦୂରେଇ ରହି ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାରେ ନିଜକୁ ସାମିଲ କରିବାକୁ ଆହ୍ୱାନ କରିଥିଲେ l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍