ଜଣାଣ
ମାନଗୋବିନ୍ଦ ସ୍ବାଇଁ
ତୋ ଦେହ ଚନ୍ଦନ ସର୍ବାଙ୍ଗ ଶରୀର
ମଥା ମୋ ଚନ୍ଦନ ଟୋପା
ତୁମେ ହୋଇଥାଓ ଜଗତର ପତି
ବିଶ୍ବ ପ୍ରଭୁ ମୋ ଦେବତା।
ତୁମ ପାଇଁ ଜପ ଶଂଖ ମନ୍ତ୍ର ଧ୍ବନି
ତୂଳସୀ ପାଦୁକା ପୂଜା
ଭଜନ ଜଣାଣ ସଂଗୀତ ଝଙ୍କାର
ଭକ୍ତ ନେଉଥାଏ ମଜା।
ଷାଠିଏ ପଉଟି ନିତି ହୁଏ ଲୋଡା
ଭକ୍ତଙ୍କୁ ମିଳେ ବ୍ୟଞ୍ଜନ
ଭକ୍ତ ଭଜି ନାମ ଆନନ୍ଦ ପାଆନ୍ତି
ଭକ୍ତି ମୋର ଭଗବାନ।
ପତାକା ତୁମର ମନ୍ଦିର ଉଡୁଛି
ଚାହିଁ ମୁକ୍ତ ମୋ ଦର୍ଶନ
ତୁମ ଭାବ ପ୍ରେମ ସେମିତି ଭକତ
ଦେଖି ଧନ୍ୟ ମୋ ଜୀବନ।
ଅବଢ଼ା ମଣ୍ଡପ ପ୍ରସାଦ ସେବନ
ଭକ୍ତ ପାଇଁ ହୁଏ ଖୁସି
ବଟ ବୃକ୍ଷ ତଳେ କ୍ଷଣିକ ବସିଲେ
ଭକ୍ତ ଶାନ୍ତି ମନ ଖୁସି।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା