ନବରଙ୍ଗପୁର ତା ୦୪/୦୨ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ କର୍କଟ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଡକ୍ଟର ନୀଳମଣି ଦିଲିପ୍ ଚାନ୍ଦ ବେହେରା, ଏଡି ପି ଏଚ଼ ଓ (ଏଫ୍ ଦବ୍ଲୁ) ଡକ୍ଟର ମଳୟ କୁମାର ତ୍ରିପାଠୀ, ଡି ପି ଏଚେ ଓ,ଡକ୍ଟର ଦେବବ୍ରତ ଡାକୁଆ,ଜିଲ୍ଲା ନୋଡାଲ ଅଧିକାରୀ କର୍କଟ ବିଭାଗ, ଶ୍ରୀ ହଳଧର ନି ଆଲ୍, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପ୍ରହରାଜ, ଦିପିଏମ୍, ଶ୍ରୀ ଧନୁରାମ୍ ମୁର୍ମୁ ଏଡି ପି ଏଚ୍ଚ ସି ଓ,ପ୍ରମୁଖ ଯୋଗଦେଇ ବିଶ୍ଵ କର୍କଟ ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି କର୍କଟ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିଶଦ ଭାବରେ ଆଲୋଚନା ଏବଂ ଲୋକମାନେ କିପରି କର୍କଟ ରୋଗ ସମ୍ପର୍କରେ ସଚେତନ ହୋଇ ଏଥିରୁ ମୁକ୍ତି ପାଇବେ ସେଥିପାଇଁ ବ୍ୟାପକ ଜନ ସଚେତନତା ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଯାଇଥିଲା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗର ନିରାକରଣ ପାଇଁ ଉପଲବ୍ଧ ଥିବା ଆସୁ ଚିକିତ୍ସା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟ କ୍ରମରେ ସତ୍ୟସାଇ ସେବା ଅନୁଷ୍ଠାନ ର କର୍ମ କର୍ତ୍ତା, ଏନ୍ ସି ସି ଷ୍ଟାଫ, ସ୍ବାସ୍ଥ୍ୟ ବିଭାଗର କର୍ମ ଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡି ପି ଏମ୍ ଶ୍ରୀ ପ୍ରହରାଜ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ମଧୁସୂଦନ ସାହୁ ନବରଙ୍ଗପୁର
previous post