‘ସନ୍ଧାନ ପାଇଲେ ବୈଜ୍ଞାନିକ, ହିମାଳୟ ଠାରୁ ଚାରିଗୁଣ ବଡ
ପୃଥିବୀ ର ବିବର୍ତ୍ତନବାଦ ରେ ବହୁ ଜୀବସତ୍ତା ଲୋପ ପାଇ ଯାଇଥିବା ବେଳେ ଅନେକ ବଡ ବଡ ପର୍ବତ ମଧ୍ଯ ନିଜ ଅସ୍ତିତ୍ଵ ହରାଇଛନ୍ତି।ବହୁ ଯୁଗ ପୂର୍ବେ ପୃଥିବୀ ପୃଷ୍ଠରେ ହିମାଳୟ ପର୍ବତମାଳା ଠାରୁ ଚାରିଗୁଣ ଦିର୍ଘ ପର୍ବତ ରହିଥିଲା ବୋଲି ଗବେଷକ ମାନେ ସୂଚନା ଦେଇଛନ୍ତି। ବିଶ୍ଵ ଇତିହାସରେ ମାତ୍ର ଦୁଇଥର ହୋଇଥିବା ବିବର୍ତ୍ତନବାଦ ରେ ଏହି ଦିର୍ଘ ପର୍ବତ ଶ୍ରେଣୀ ସହାୟକ ହୋଇଥିବା ସେମାନେ କହିଛନ୍ତି।ସମ୍ପ୍ରତି ହିମାଳୟ ପର୍ବତମାଳାର ଦୈର୍ଘ୍ୟ ୨୩୦୦ କିଲୋମିଟର ଥିବାବେଲେ ବିଲୁପ୍ତ ‘ସୁପର ମାଉଣ୍ଟେନ’ ର ଦୈର୍ଘ୍ଯ ୮୦୦୦ କିଲୋମିଟର ଅକଳନ କରାଯାଇଛି। ସେହିପରି ପ୍ରଥମ ‘ସୁପର ମାଉଣ୍ଟେନ’ ୨୦୦୦ରୂ୧୮୦୦ ନିୟୁତ ବର୍ଷ ପୂର୍ବେ ସ୍ରୁଷ୍ଟି ହୋଇଥିବା ବେଳେ ଦ୍ଵିତୀୟ ଟି ୬୫୦ ରୁ୫୦୦ ନିୟୁତ ବର୍ଷ ପୂର୍ବେ ସ୍ରୁଷ୍ଟି ହୋଇଥିଲା।
ଉକ୍ତ ଦୁଇ ‘ସୁପରମାଉଣ୍ଟେନ’ ବିଶ୍ଵ ଇତିହାସରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିବର୍ତ୍ତନକାଳୀନ ସମୟ ବୋଲି ଗବେଷକ ମାନଙ୍କ ବିଶ୍ବାସ।
ଆର୍ଥ ଏଣ୍ଡ ପ୍ଲାନେଟେରୀ ସାଇନ୍ସ ଲେଟର୍ସ ପତ୍ରିକା ରେ ପ୍ରକାଶିତ ଅଧ୍ୟୟନ ଉଲ୍ଲେଖ ରହିଛି ବିଲୁପ୍ତ ପର୍ବତ ଶ୍ରେଣୀ ର ଚିହ୍ନଟ ପାଇଁ ଗବେଷକ ମାନେ ନିମ୍ନ ମାତ୍ରାରେ ‘ଲ୍ୟୁଟେନିଅମ’ ଥିବା ‘ଡାଇକନ’ ବ୍ୟବହାର କରିଥିଲେ। ଭୀଷଣ ତାପ ଯୋଗୁଁ ସ୍ରୁଷ୍ଟି ହୋଇଥିବା ସୁଉଚ୍ଚ ପର୍ବତମାଳା ର ମୂଳରେ କେବଳ ଉପରୋକ୍ତ ଖଣିଜ ଲବଣ ଓ ବିରଳ ମୃତ୍ତିକା ର ମିଶ୍ରଣ ମିଳିଥାଏ।
ଉପରୋକ୍ତ ଦୁଇ ‘ସୁପରମାଉଣ୍ଟେନ’ ମଧ୍ୟରୁ ପ୍ରଥମଟିକୁ ‘ନ୍ୟୁନା’ ‘ସୁପର ମାଉଣ୍ଟେନ’ କୁହାଯାଏ। ଉଦ୍ଭିଦ ଓ ପ୍ରାଣୀ ମାନଙ୍କ ଅଭିବୃଦ୍ଧି ପାଇଁ ସହାୟକ ହେଉଥିବା ଅଣୁଜୀବ ‘ୟୁକେରୟୋଟସ୍’ ପ୍ରକଟ ହେବା ସମୟରେ ସ୍ରୁଷ୍ଟି ହୋଇଥିଲା।
ଦ୍ଵିତୀୟ ‘ସୁପରମାଉଣ୍ଟେନ’ କୁ ‘ଟ୍ରାନ୍ସ ଗଣ୍ଡୱାନାସୁପରମାଉଣ୍ଟେନ’ କୁହାଯାଇଛି। ଏହା ପ୍ରଥମ ବିଶାଳକାୟ ଜନ୍ତୁ ପ୍ରକଟ ହେବା ସମୟରେ ସ୍ରୁଷ୍ଟି ହୋଇଥିଲା। ଏହାର ୪୫ ନିୟୁତ ବର୍ଷ ପରେ ‘କେମ୍ବ୍ରିଆନ’ ବିସ୍ଫୋରଣ ଘଟିଥିଲା ବୋଲି ଜୀବାଶ୍ମ ରେକର୍ଡ ସନ୍ଧାନ ରେ ପ୍ରାଣୀଙ୍କ ଅବଶେଷ ରୁ ଜଣାପଡ଼େ।
ଉପରୋକ୍ତ ଦୁଇଟି ପର୍ବତମାଳା ସମୁଦ୍ର ଗର୍ଭକୁ ଫସଫରସ ଓ ଆଇରନ୍ ଭଲି ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ଯୋଗାଇ ଥିଲେ। ଯାହାଦ୍ୱାରା ଜୈବଚକ୍ର ‘ସୁପରଚାର୍ଜ’ ହୋଇ ବିବର୍ତ୍ତନ କୁ ଆହୁରି ଜଟିଳ କରିଥିଲା। ଜୀବନ ଧାରଣ ନିମନ୍ତେ ଆବଶ୍ୟକ ବାୟୁ ମଣ୍ଡଳର ଅମ୍ଳଜାନ ସ୍ତର କୁ ମଧ୍ଯ ଉକ୍ତ ‘ସୁପରମାଉଣ୍ଟେନ’ ଦୁଇଟି ବୃଦ୍ଧି କରିଥାଇପାରନ୍ତି ବୋଲି ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ସେ ଯାହାହେଉ ବିଜ୍ଞାନ ମଧ୍ଯ ବିବର୍ତ୍ତନବାଦ ସପକ୍ଷରେ ପ୍ରମାଣ ଦେଇ ପୃଥିବୀ ର ପ୍ରଳୟ ବ୍ୟବସ୍ଥା କୁ ସ୍ୱୀକୃତି ଦେଇଛି। ଆଗକୁ ଗବେଷକ ମାନେ କେତେଦୂର ଆଗେଇବେ ଦେଖିବାକୁ ବାକି ରହିଲା।ଅର୍ଜୁନ ପଟ୍ଟନାୟକ, ସହ ସମ୍ପାଦକ, ମସିହା।