କରୋନା ମହାମାରୀ ଯୋଗୁଁ ଦିର୍ଘଦିନ ଧରି ବନ୍ଦ ରହିଥିବା ସ୍କୁଲ ଖୋଲିଛି ,ଦୀର୍ଘ ଦୁଇ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟା।ଫେବୃୟାରୀ ୭ ତାରିଖ ସୋମବାର ଥିଲା ଓଡ଼ିଶା ବାସୀଙ୍କପାଇଁ ଏକ ଖୁସିର ଦିନ।ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ଘଣ୍ଟା ବାଜିବା ସଙ୍ଗେ ସଙ୍ଗେ ସ୍କୁଲ ଅଭିମୁଖେ ଯାଇଛନ୍ତି ଛାତ୍ରଛାତ୍ରୀମାନେ ।ବିଗତ ଦୁଇ ବର୍ଷ ଧରି ମହାମାରୀ କାରୋନା ପାଇଁ ଜୀବନ ଜୀବିକା ପ୍ରଭାବିତ ହେବା ସହ ପିଲାଙ୍କ ପାଠପଢା ରେ ମଧ୍ଯ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ସ୍କୁଲ ଖୋଲିବା ପରେ ରାଜ୍ୟବାସୀ ଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ସୂଚନା।ଆମେ ସମସ୍ତେ ସ୍ଵାଭାବିକ ଅବସ୍ଥା କୁ ଫେରୁଛୁ।ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ସହଯୋଗ ଓ କୋଭିଡ଼ ଯୋଦ୍ଧା ଙ୍କ ତ୍ୟାଗ ଯୋଗୁହିଁ ଏହା ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତା ରେ ରାଜ୍ୟବାସୀଙ୍କୁ ଜଣାଇଛନ୍ତି।ସେ କହିଛନ୍ତି ଯେ ,ଛୋଟ ଛୋଟ ପିଲା ମାନେ ପ୍ରାୟ ଦୁଇ ବର୍ଷ ହେଲା ଘରେ ରହିଯାଇ ଥିଲେ।ସ୍କୁଲ ବନ୍ଦ ଥିବାରୁ ସାଙ୍ଗ ସାଥୀ ଖେଳକୁଦ ସବୁ ବନ୍ଦ ଥିଲା।ତେବେ,ସ୍କୁଲ ଖୋଲିବା ନିଷ୍ପତ୍ତି ପିଲା ମାନଙ୍କୁ ବହୁତ୍ ଖୁସି ଦେଇଛି ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି”।ପିଲାଙ୍କୁ ଭରସା ଦେବା ଛଳରେ ସେ କହିଛନ୍ତି ଯେ ପାଠପଢ଼ା ସହ ସାଙ୍ଗସାଥୀ,ନାଚଗୀତ,ଖେଳକୁଦ ଓ ଖୁସି ମଜା ସବୁ ପୂର୍ବଭଳି ଚାଲିବ।ସମସ୍ତଙ୍କ ସହଯୋଗରେ ଆମେ କରାେନା ର ମୁକାବିଲା କରିବାରେ ସକ୍ଷମ ହୋଇ ପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସିଥାଏ, ଯେଉଁଥିରେ କି ଯୁବପିଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି। ପିଲା ମାନଙ୍କୁ ଭୟ ନକରି ସତର୍କ ରହିବାକୁ ପରାମର୍ଶ ଦେବାସହ କୋଭିଡ଼ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।ଏହି ଅବସରରେ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ଙ୍କୁ ଉଚିତ୍ ମାର୍ଗ ଦର୍ଶନ କରିବେ ବୋଲି ଆଶା ପୋଷଣ କରିବା ସହ ସମସ୍ତେ ମିଳିମିଶି ପାଠପଢ଼ାର କ୍ଷତିକୁ ଭରଣା କରିବା ବୋଲି ମଧ୍ୟ ମତ ବ୍ୟକ୍ତ କରିଛନ୍ତି।ସେହିଭଳି ଅଭିଭାବକ ମାନେ ପିଲା ମାନଙ୍କୁ ସ୍କୁଲକୁ ଛାଡ଼ନ୍ତୁ ଏବଂ ଠିକ୍ ଭାବରେ କୋଭିଡ଼ ଗାଇଡ ଲାଇନ କୁ ପାଳନ କରିବାକୁ ପ୍ରୋତ୍ସାହିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି।ସୂଚନାଯୋଗ୍ୟ ଯେ ଫେବୃୟାରୀ ୭ ତାରିଖରୁ ଅଷ୍ଟମ ରୁ ଉର୍ଦ୍ଧ୍ବ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ କଲେଜ ଖୋଲିଥିବା ବେଳେ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ।ସ୍କୁଲ ଖୋଲିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆଶ୍ୱସ୍ତି ଅନୁଭବ କରୁଥିବା ଦେଖାଯାଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ
previous post
next post