ନୂଆଖାଇ
ସ୍ୱାଗତିକା ସାହୁ,ଶିକ୍ଷୟିତ୍ରୀ
ନୂଆ ସକାଳ,ନୂଆ ଉଦ୍ଦୀପନା
ନୂତନ ଆଶା ଓ ବର୍ତ୍ତାର ଉନ୍ମାଦ
ନୂଆ ମିଳନ,ନୂତନ ସମ୍ପର୍କ
ନେଇ ଆସେ କୃଷି ସମ୍ଭାର ଧରି
ପଶ୍ଚିମ ଓଡିଶାର ଆନନ୍ଦ ମୁଖର
ଗଣ ପର୍ବ ନୂଆଖାଇ…..
ଭାରି ନିଆରାସେ ପରମ୍ପରା
ଆବାହମାନ କାଳରୁ ରହିଆସିଛି
ବନ୍ଧୁ ବନ୍ଧବଙ୍କ ସମ୍ପର୍କ ମଧୁରେ
ହୁଏ ଆଦାନ ପ୍ରଦାନ
ନବ ବେଷ, ନବ ପୋଷାକେ
ସର୍ବ ଗୃହ ମୁଖରିତ….
ଭାଦ୍ର ଶୁକ୍ଳପକ୍ଷେ ପଞ୍ଚମୀ ତିଥିରେ
ନୂଆ ଚାଉଳରେ କ୍ଷୀରି ଘରେ ଘରେ
କ୍ଷେତ ରେ ଲାଗନ୍ତି ଭୋଗ
ସଙ୍ଗୀତ ନୃତ୍ୟର ତାଳେ ତାଳେ
ଖେଳେ ସମ୍ପର୍କର ଅତୁଟ ଡୋରି
ହଜିଯାଆନ୍ତି ଆପଣାର ଭିତରେ
ନବାନ୍ନ ଭୋଜନ ମା ସମଲେଇଙ୍କୁ
କରନ୍ତି ଅର୍ପଣ, ପ୍ରଥମ ଅମଳ
ଏକାଠି ହୁଅନ୍ତି ସାନ,ବଡ ସବୁ
ସାନ ପାଆନ୍ତି ଆଶୀର୍ବାଦ
ବଡ ନିଅନ୍ତି ଜୁହର….
ରସ ବରା ସହ ଚାଉଳ ବରାଟି
ମହ ମହ ବସୁଥାଏ
କଖାରୁ ପତର କରଡି ଘାଣ୍ଟଟା
ତା ସହ ଅରିସା ପତ୍ରେ ମଧେ ଥାଏ
ହଜିଯାଆନ୍ତି ସଭିଏଁ ଆପଣା ଭିତରେ
ପ୍ରାୟ ତିନି ଦିନ ପାଇଁ….
ମହାନ ପରମ୍ପରା ମୋ ଓଡିଶାର
ମାଟି ପର୍ବ ଇଏ ମିଳନର ପର୍ବ
ଅକ୍ଷୟ ରହୁ ସେ ଭାବ,ପ୍ରେମ
ଅତୁଟ ରହୁ ସେ ବନ୍ଧନ ଯୁଗ ଯୁଗ
ବଢି ଚାଲୁଥାଉ ଏକତାର ସ୍ପନ୍ଦନ
ଭବ୍ୟ ପରମ୍ପରା ଏ ଜନ ସମାଜେ
ଉମରକୋଟ , ନବରଙ୍ଗପୁର