ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ ସଫଳତା ମିଳିଛି । ଦ୍ବାରା ୭୪ କେଜି ଗଞ୍ଜେଇ ଜବତ କରାଯାଇ ଜଣେ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଖଡ଼ିଆଳ ପୋଲିସ ରାତ୍ରି ସମୟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପୋଲିସ ଗାଡି କୁ ଦେଖି ଏକ ୟଗନର ଗାଡ଼ି ନମ୍ବର ଓ ଆର ୦୮ଏ ଏଫ୍୫୮୭୭ ଗାଡି ଭୟରେ କଣ୍ଟାବାଞ୍ଜି ରାସ୍ତା ରେ ପକାଉଥିଲା । ଏହି ଗାଡ଼ିଟି ନବରଙ୍ଗପୁର ରୁ ବିହାର କୁ ଗଞ୍ଜେଇ ନେଇ ଯାଉଥିବା ସମୟରେ ଗାଡ଼ିଟି ଅମଳାପାଲି ଛକ ପାଖରେ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପରେ ଖଡ଼ିଆଳ ପୋଲିସ ଏହି ଗାଡି ପାଖକୁ ଜାଇ ଯାଞ୍ଚ କରିବାରୁ ଗାଡ଼ି ଡ୍ରାଇଭର ଲାଲ ବିହାରୀ ପକାଇ ଯାଇଥିବା ବେଳେ ଗାଡ଼ିରେ ବସିଥିବା ଉତ୍ତର ପ୍ରଦେଶର ସଞ୍ଜୟ କୁମାର କୁ ଅଟକ ରଖି ପଚରା ଉଚରା କରିଥିଲା ଏବଂ ଜାଣିବାକୁ ପାଇଲେ ଯେ ଏଥିରେ ୪ଟି ବସ୍ତାରେ ଗଞ୍ଜେଇ ଥିଲା। ପରେ ଏହି ବିଷୟରେ ମାଜିଷ୍ଟ୍ରେଟ କୁ ଜଣାଇ ଥିଲେ।ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂହ ପହଞ୍ଚି ୭୪ କେଜି ଗଞ୍ଜେଇ ଓ ଗାଡ଼ି କୁ ଜବତ କରାଯାଇଥିଲା ।ଏନେଇ ଖଡ଼ିଆଳ ଥାନାରେ କେଶ ନ ୬୨/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚର୍ଯ୍ୟ ସୂଚନା ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post