ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଧୋବାପଡାରେ ପୁରୁଣା ଘଟଣାକୁ ନେଇ ଯୁବକଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରି ଯୁବକ ଗୁରୁତର ଅବସ୍ଥାରେ ଥାନାରେ ମାମଲା ଲିଖିତ ଅଭିଯୋଗ କଲେ ମଧ୍ୟ ପୁଲିସ ନିରବ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଫେବୃଆରୀ ୧୪ ତାରିଖରେ ଖଡ଼ିଆଳ ସହରର ଧୋବାପଡା ୱାର୍ଡ ନଂ ୯ ଠାରେ ସଂଘ ବଦ୍ଧ ହୋଇ ପଡାର ଆଠ ଜଣ ବ୍ୟକ୍ତି ବଜରଙ୍ଗ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ, ସୁରଜ ଅଗ୍ରୱାଲ ଓ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତି ମିଶି ପୁରୁଣା ଘଟଣାକୁ ନେଇ ପ୍ରବୀଣ ପ୍ରଧାନୀଙ୍କୁ ଲୁହା ଛଡ଼ରେ ମାରି ଲହୁ ଲୁ ହାଣ କରିଦେଲେ ଓ ଆଗାମୀ ଦିନରେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ଘଟଣାକୁ ନେଇ ପ୍ରବୀଣ ପ୍ରଧାନୀଙ୍କ ଭାଇ ନବୀନ ଚନ୍ଦ୍ର ପ୍ରଧାନୀ ପୁଲିସରେ ଫେବ୍ରୁଆରୀ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ସେନେଇ ଥାନାରେ ୫୬/୨୨ ମାମଲା ରୁଜୁ ହୋଇଛି । ଅଭିଯୋଗ କାରୀଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ମାମଲା ଦାୟର କରି ଆଜକୁ ପାଞ୍ଚ ଦିନ ବିତିଗଲା କିନ୍ତୁ ପୁଲିସ ପ୍ରଶାସନ ନିରବ ଅଭିଯୁକ୍ତ ମାନେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇ ଥିବାରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ଫଳରେ ଆମେ ଆକ୍ରମଣର ଶିକାର ହୋଇ ମଧ୍ୟ ଭୟର ବାତାବରଣରେ ଜୀବନ ବିତାଉଛୁ । ଜିଲ୍ଲା ଆରକ୍ଷୀ ଅଧିକାରୀ ଏହାର ତଦନ୍ତ କରି ଆକ୍ରମଣର ଶୀକାର ହୋଇଥିବା ପ୍ରଧାନୀ ପରିବାରକୁ ନ୍ୟାୟ ଯୋଗାଇ ଦେବାକୁ ଦାବି କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post