ଫୁଲବାଣୀ -: ନିର୍ବାଚନ ରେ ୱାର୍ଡ ମେମ୍ବର ପ୍ରାର୍ଥୀ ଚୟନ ହୋଇନଥିବା ରୁ ୱାର୍ଡବାସୀ ଭଟୋ ଦାନରୁ ବଞ୍ଚିତ ହୋଇଛନ୍ତି । ଏହି ୱାର୍ଡ ରେ ଆଦିବାସୀ ବର୍ଗ ପରିବର୍ତ୍ତେ ହରିଜନ ବର୍ଗ ଙ୍କ ନିମନ୍ତେ ସ୍ଥାନ ସରଂକ୍ଷଣ କରି ପୁନଃ ନିର୍ବାଚନ ତାରିଖ ଘୋଷଣା ନିମନ୍ତେ ଅରାପାଜୁ ଗ୍ରାମ ପଞ୍ଚାୟତ ଭାଲିଆ ପଡା ୱାର୍ଡ ନଂ ୫ ର ୱାର୍ଡବାସୀ କନ୍ଧମାଳ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଖଜୁରିପଡା ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମ ପଞ୍ଚାୟତ ର ଭାଲିଆପଡା ୫ନଂ ୱାର୍ଡ ସମସ୍ତ ଲୋକ ହରିଜନ ସମ୍ପ୍ରଦାୟର ର ଅଟନ୍ତି। ସେହି ଭାଲିଆ ପଡା ୱାର୍ଡ ନଂ ୫ ୱାର୍ଡ ମେମ୍ବର ଆସନ ପାଇଁ ଆଦିବାସୀ ବର୍ଗ ନିମନ୍ତେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କାରଣ ଯୋଗୁଁ ଏହି ୱାର୍ଡରେ ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ କେହି ମଧ୍ୟ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ସେହି ୱାର୍ଡ ବାସୀ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ କେହି ପ୍ରତିଦ୍ୱନ୍ଦୀତା କରିନ ଥିବା ରୁ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ। ସେହି ୱାର୍ଡ ହରିଜନ ସଂଖ୍ୟା ବହୁଳ ହୋଇଥିବାରୁ ସେହି ୱାର୍ଡ କୁ ହରିଜନ ବର୍ଗ ଙ୍କ ନିମନ୍ତେ ସ୍ଥାନ ସରଂକ୍ଷଣ କରାଯାଇ ପୁନଃ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯାଇ ନିର୍ବାଚନ ତାରିଖ ଘୋଷଣା କରାଗଲେ ସେମାନଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଙ୍କୁ ଚୟନ କରି ୱାର୍ଡ ଅଞ୍ଚଳ ବାସୀ ଙ୍କର ଉନ୍ନତି ହୋଇପାରିବ ବୋଲି ଆଜି ଭାଲିଆ ପଡା ର ସମସ୍ତ ୱାର୍ଡ ବାସୀ ଆସି କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଏବଂ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ।
previous post