ବନ୍ଧୁଗାଁ, ତା.୧୦/୪/୨୩, ପନ୍ଦର ଦିନ ହବ ନଳକୂଅ ଅଚଳ I ବର୍ତ୍ତମାନ ଖରାରେ ଲୋକେ ପାଣି ପାଇଁ ଡୋହଲ ଡାହଳ ହୋଇ ଗାଁରେ ରହିଥିବା ପନ୍ଦର ଘର ପରିବାର ଲୋକେ ଆଦିବାସି ସାହିର ସୋଲାର ସିଷ୍ଟମ ମାଧ୍ଯମରେ ଚାଲୁଥିବା ନଳକୂଅ ଉପରେ ଭରସା କରିଥାନ୍ତି I ଏହା ହେଉଛି ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତର ଗଜାବାଡି ଗ୍ରାମର ଦୃଶ୍ୟ I ଗତ ତିନିବର୍ଷ ପୂର୍ବେ ନଲକୁଅଁକୁ ସୋଲାର ମାଧ୍ୟମରେ ଚଲାଇ ପାଣି ବ୍ୟବହାର କରିବା ପାଇଁ କୋଡିଏ ହଜାର ବିଶିଷ୍ଟ ପାଣି ଟେଙ୍କ ଲଗାଯାଇଅଛି I ତାହା ଗାଁର ହରିଜନ ପରିବାର ଲୋକେ ବ୍ୟଭାର କରି ଆସୁଥିଲେ ପନ୍ଦରଦିନ ପୂର୍ବେ ତାହା ଅଚଳ ହୋଇଛି I ଉକ୍ତ ବିଷୟକୁ ନେଇ ଗାରିଡି ପଞ୍ଚାୟତର ପିଇଓଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରା ଯାଇଥିଲା । ପିଇଓ କହିଲେକି ମୁଁ ଆଜି ଗଜାବାଡି ଗ୍ରାମକୁ ଯାଇଥିଲି କିନ୍ତୁ ମୋତେ ଏହି ବିଷୟରେ କିଏ ହେଲେ ମଧ୍ୟ ଜଣାଇ ନଥିବାର କହିଛନ୍ତୁ I ଠିକ ଅଛି ମୁଁ କାଲିକୁ ଗଯାବାଡ଼ି ଗ୍ରାମକୁ ଯାଇ ଅଚଳ ନଳକୂଅ ଦେଖିବି ଓ ବ୍ଲକର ପାଣି ବିଭାଗର ଯନ୍ତ୍ରୀଙ୍କୁ ଜଣାଇ ମରାମତି କରାଇବି ବୋଲି ପିଇଓ କହିଥିଲେ I
next post