ଥୁଆମୂଳ ରାମପୁର:୩/୩- ମ.ନି.ସ:- ଅନ୍ତୋଦୟ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲପାଟଣା ଠାରେ ମହୁଲପାଟଣା,ତଳନାଗୀ,ପାଡେପଦର ଓ ପୋଡାପଦର ପଞ୍ଚାୟତ ଅଞ୍ଚଳର ଅଙ୍ଗନବାଡି କର୍ମୀ ମାନଙ୍କର ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।
ତାଲିମ ଶିବିରରେ ଅଞ୍ଚଳର ୩୫ ଜଣ ଅଙ୍ଗନବାଡି କର୍ମୀ ଅଂଶ ଗ୍ରହଣ କରି ଶିଶୁ ଓ ମାତୃ ସ୍ବାସ୍ଥ୍ୟ,ଟୀକା କରଣ ପୁଷ୍ଟିସାଧନ,ଜନ୍ମ ରୁ ଏକ ଘଣ୍ଟା ମଧ୍ୟରେ ସ୍ତନ୍ଯପାନ,ଡାକ୍ତର ଖାନାରେ ପ୍ରସବ,ଗର୍ଭ ସମୟରେ ମାଁର ଯତ୍ନ ଇତ୍ୟାଦିରେ ତାଲିମ ଗ୍ରହଣ କରିଥିଲେ। ୟୁନିସେଫ୍ ସହାୟତାରେ ଆୟୋଜିତ ଉକ୍ତ ତାଲିମରେ ଆଇ.ସ.ଡି.ଏସ ମହିଳା ପରିଦର୍ଶିକା ସସ୍ମିତା କାନୁନଗୋ ଓ ସ୍ବାସ୍ଥ୍ୟ କର୍ମୀ ହେମନ୍ତ ହିଆଲ ସାଧନ କର୍ମୀ ଭାବରେ ଯୋଗଦେଇ ତାଲିମ ପ୍ରଦାନ କରିଥିବା ବେଳେ ଅନ୍ତୋଦୟ ପକ୍ଷରୁ ସଂଯୋଜନା କରିଥିଲେ ବୀଣାକାର ନାଏକ,ରବିନାରାୟଣ ସିଂହ,ଅମର ସିଂ ମାଝୀ, ଏବଂ ସନ୍ତୋଷ କୁମାର ମାଝୀ।ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ।