ଜୁନାଗଡ଼,୪/୨(ନି .ପ୍ର) ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞତି ପ୍ରକାଶ ପରେ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡରେ ରାଜନୈତିକ ମହୋଲ ବେଶ ସରଗରମ ହୋଇଛି ।ବର୍ତ୍ତମାନ ନାମାଙ୍କନ ପତ୍ର ଦାଖଲ ତାରିଖର ୨ ଦିନ ମଧ୍ୟରେ ୨ ଟି ଫର୍ମ ବିକ୍ରି ହୋଇଥିବା ସୂଚନା ମିଳିଛି।ସେଥିମଧ୍ୟରୁ ଜଣେ ଅଧକ୍ଷ ଓ ଜଣେ ୱାର୍ଡ ସଭ୍ୟ ରହିଛନ୍ତି। ଏହି ପୌର ପରିଷଦରେ ୧୨ ଗୋଟି ୱାର୍ଡ ରେ ୧୮ଟି ବୁଥ ରହିଛି ଏବଂ ୧୪,୭୪୩ ଭୋଟର ରହିଛନ୍ତି।ସେହିପରି ୫ଟି ୱାର୍ଡ ୧,୨,୩,୯,୧୦ ଅଣସଂରକ୍ଷିତ ରହିଥିବା ବେଳେ ୫,୬,୭ଓ୧୧ ମହିଳା ଏବଂ ୪, ଅନୁସୂଚିତ ଜାତି ମହିଳା ଓ ୮ ଅନୁସୂଚିତ ଜନଜାତି ମହିଳା ପାଇଁ ରହିଛି । ୧୨ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରାର୍ଥୀ ଦେବାପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଅଙ୍କକସା ଆରମ୍ଭ ହୋଇଯାଇଛି। ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।
previous post