ଥୁଆମୂଳ ରାମପୁର:୪/୩– ମ.ନି.ସ:- ସୀତାଫୁଡ଼ ମିଲ ମାଲିକ ଓ ବଡ଼କୁଟୁରୁ ପେକ୍ସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହରଡ଼ଘଣାରେ ଚାଷୀ।କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଦୁଲୁକିବନ୍ଧ ଛକ ନିକଟରେ ମୋଟେର ମୁଖୀଗୁଡା ମୁଖ୍ୟ ରାସ୍ତା ଅବରୋଧ। ଗାଡିମଟର ଚଳାଚଳରେ ବାଧା ପ୍ରାପ୍ତ । ସୂଚନା ଅନୁଯାୟୀ ଜଣାପଡିଛି ଯେ. ବଡ଼କୁଟୁରୁ ପେକ୍ସ ଦୁଲୁକିବନ୍ଧ ମଣ୍ଡି ଆଜି ଖରିଫ ଧାନ ସଗ୍ରହ ବନ୍ଦ କରାଯିବ। ତେବେ ୯ ଜଣ ଚାଷୀଙ୍କ ୫୭୬ କ୍ୟୁଣ୍ଟାଲ ପରଚେଜ ବିକ୍ରି ହୋଇପାରି ନାହିଁ। ତେଣୁ ଏଥିରେ ଅସନ୍ତୋଷ ହୋଇ ଚାଷୀ ରାଜରାସ୍ତା ଅବରୋଧ କରିଛନ୍ତି।
ଟୋକାନ ବିଳମ୍ବ ସହିତ ବର୍ଷା ପାଣି ଭୟ ରହିଥିବା ଯୋଗୁଁ ସ୍ଥାନୀୟ ମତୁଆଲଗୁଡା ସ୍ଥିତ ସୀତାଫୁଡ଼ ମିଲ ମାଲିକ, ଏଜେଣ୍ଟ ଓ ପେକ୍ସ ଅଧିକାରୀ ଙ୍କ ସହ ବୁଝାମଣା କରି ମିଲକୁ ୯ ଜଣ ଚାଷୀ ୫୭୫ କ୍ୟୁଣ୍ଟାଲ ଧାନ ନିଜସ୍ୱ ଖର୍ଚ୍ଚରେ ନେଇଥିଲେ। ବର୍ତ୍ତମାନ ଟୋକାନ ନ ଆସିବାରୁ ଉକ୍ତ ମିଲ ମାଲିକ ପରଚେଜ କରିବାକୁ ମନା କରୁଛନ୍ତି। ଏହା ଫଳରେ ପେକ୍ସ ଅଧିକାରୀଙ୍କୁ ଚାଷୀ ଯୋଗାଯୋଗ କରିଥିଲେ, ହେଲେ ସେ ମଧ୍ୟ ଜାଣିନାହିଁ ବୋଲି କହିଛନ୍ତି। ତେଣୁ ଏ ସମ୍ପର୍କରେ ଚାଷୀମାନେ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ ବୋଲି ଚାଷୀଙ୍କ ତରଫରୁ ଅଭିଯୋଗ ହୋଇଛି । ଜୟପଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରୁଥିବା ବେଳେ, ଆଉ କୌଣସି ବିଭାଗୀୟ ଉପରିସ୍ତ ଅଧିକାରୀ ପହଞ୍ଚି ନାହାନ୍ତି ।ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ