ବଲାଙ୍ଗିର: ସାନ ଭାଇ ମଦ ପିଇ ଗାଳିଗୁଲଜ କରିବାରୁ ଉତ୍ୟକ୍ତ ବଡ଼ ଭାଇ ତଣ୍ଟି ଚିପି ମାରିଦେବା ବଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଚମାରପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୋଶେଫ ରୋହିଦା। ପୁଲିସ ବଡ଼ଭାଇ ରାଜୀନ ରୋହିଦାକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଦୁଇ ଭାଇ ମଧ୍ୟରେ ମାରପିଟ୍ ହୋଇଥିଲା। ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ। ସେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଯୋଶେଫରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମ ନି ସ