ଗୋଳାମୁଣ୍ଡା/ମସିହା/ତା୬/୩/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖାଲିଆକାନି ପେଟ୍ରୋଲ ପମ୍ପ ଠାରେ ସଡ଼କ ଦୁର୍ଘଟଣା ହେବାରୁ ଦୁଇ ଚାଳକ ଗୁରୁତର ଥିବା ଦେଖିବାକୁ ମିଳିଛି. ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ଖାଲିଆକାନି ଗ୍ରାମ ପଞ୍ଚାୟତ ସୁକୁନି ମୁଣ୍ଡା ଗ୍ରାମର ଭରତ ସିପକା ସାଇକେଲ ରେ ଖାଲିଆକାନି ବଜାର ରୁ ସଉଦା କିଣି ଘରକୁ ଯାଉଥିବା ବେଳେ ଢେକନାପଡା ଗ୍ରାମର ଖୁସା ମାଝୀ ବାଇକ ରେ ନିଜ ଗ୍ରାମରୁ ଆସୁଥିବା ବେଳେ ଖାଲିଆକାନି ପେଟ୍ରୋଲ ପମ୍ପ ଠାରେ ଦୁଇ ଜଣଙ୍କ ବାଇକ ଓ ସାଇକେଲ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇ ଆରୋହୀ ଗୁରୁତର ଥିବା ଦେଖିବାକୁ ମିଳିଛି. ସାଇକେଲ ଚାଳକ ଭରତ ସିପକା ଙ୍କ ଗୋଡ଼ ଭାଙ୍ଗି ମୁହଁ ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଥିବା ବେଳେ ବାଇକ ଚାଳକ ଖୁସା ମାଝୀ ଙ୍କ ମୁଣ୍ଡ ରେ ଆଘାତ ଲାଗିଛି. ଅଞ୍ଚଳବାସୀ ଖବର ପାଇ ଦୁର୍ଘଟଣା ସ୍ଥଳ କୁ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ଓ ଗୋଲାମୁଣ୍ଡା ପୋଲିସ କୁ ଯୋଗାଯୋଗ କରିଥିବାରୁ ଗୋଲାମୁଣ୍ଡା ପୋଲିସ ର ଉପସ୍ଥିତି ରେ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତର ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ କିନ୍ତୁ ଭରତ ସିପକା ଗୋଡ଼ ଭାଙ୍ଗି ଅଧିକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିବା ଦେଖିବାକୁ ମିଳିଛି.
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମସିହା ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ
ତା୦୬/୩/୨୨