ନର୍ଲା (ମପ୍ର) ନର୍ଲା ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ଡ଼ ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସହ ମହାବିଦ୍ୟାଳୟ ଅଧ୍ୟକ୍ଷ , ଅଧ୍ୟାପିକା ବାସନ୍ତୀ ସାହୁ ଓ ଅଧ୍ୟାପକଗଣ ଉପସ୍ଥିତ ଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ଅନେକ ଲୁଙ୍କାୟିତ ସଂଗ୍ରାମୀଙ୍କ ଗାଥା ଲୋକଲୋଚନାକୁ ଆସିପାରି ନାହିଁ। ଏହାର ଦୃଷ୍ଟି ଗୋଚର ପାଇଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।