କଟକ : ରାଜ୍ୟର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ଜାଡି ମଙ୍ଗଳା ସାହିତ୍ୟ ସଂସଦ”ର ୨୩ ତମ ବାର୍ଷିକ ସାରସ୍ୱତ ସମାରୋହ ସ୍ଥାନୀୟ ଟାଉନ ହଲ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ,ଡକ୍ଟର ସତ୍ୟ ରାୟ,ସଂଜୟ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ପାଇଁ ସାରସ୍ୱତ ଅନୁଷ୍ଠାନ ଗୁଡ଼ିକ ଅଧିକରୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇ ଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ରଜନୀ କାନ୍ତ ସାମନ୍ତରାୟ,ଦେବସ୍ନାନ ଦାସ,ଆଲୋକ କୁମାର ମହାପାତ୍ର, ସୁଶାନ୍ତ କୁମାର ପଣ୍ଡା,ସୁରେଶ କୁମାର ସାହୁ,ରବୀନ୍ଦ୍ର କୁମାର ବସ୍ତିଆ,ସରୋଜ କୁମାର ମଲ୍ଲିକ, ଉତ୍କଳ ଭୂଷଣ ରାଉତରାୟ,ଡାକ୍ତର ଦୀପକ କୁମାର ଜେଠୀ ଓ ଶିବ ଦାସ ପୂର୍ଣ୍ଣ ଚନ୍ଦ୍ର ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ଆୟୋଜିତ କବି ସମ୍ମିଳନୀରେ ଲକ୍ଷ୍ମୀ ମିଶ୍ର,ହେମଲତା ସିଂ ଓ ବିଦ୍ୟୁତ କୁମାରୀ ଲାଲା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । କମଳା କାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କର୍ପୋରେଟର ବନାଲତା ପ୍ରଧାନ, ପ୍ରଦୀପ୍ତ ଦାସ,କୁଲୁ ମଲ୍ଲିକ, ଜୟଦେବ ପ୍ରଧାନ,ଶୈଳ ମହାପାତ୍ର, ଵବୁଲ ସିଂ,ବିରେନ୍ଦ୍ର ମୁଳିଆ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।